ଆଜି ହଗ୍‌ ଡେ ! ଜାଣନ୍ତୁ ଆଲିଙ୍ଗନ କରିବାର ଫାଇଦା କ’ଣ

ଆଜି ହେଉଛି ହଗ୍‌ ଡ଼େ । ଏହା ପୂର୍ବରୁ ଆପଣମାନେ ରୋଜ୍‌ ଡ଼େ, ଚକୋଲେଟ୍‌ ଡ଼େ, ପ୍ରପୋଜ୍‌ ଡ଼େ ଇତ୍ୟାଦି ପାଳନ କରି ସାରିଛନ୍ତି । ତେବେ ହଗ୍‌ ଡ଼େ ପାଳନ କରିବା ପୂର୍ବରୁ ଏହା କଲେ କ’ଣ ଫାଇଦା ମିଳେ ତାହା ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଜଣାଇବୁ ହଗ୍‌ ବା ଆଲିଙ୍ଗନ କଲେ ଶରୀରକୁ କ’ଣ ଫାଇଦା ମିଳେ ।

୧.କାହାକୁ ବି ହଗ୍‌ କଲେ ବା ଆଲିଙ୍ଗନ କଲେ ଭଲ ପାଇବା ବଢ଼ିଥାଏ । ସାଧାରଣତଃ ଏକଥା କୁହାଯାଏ ଯେଉଁ ଲୋକମାନେ ପରସ୍ପରକୁ ଅଧିକ ଭଲ ପାଆନ୍ତି ସେମାନେ ଆଲିଙ୍ଗନ କରିଥାନ୍ତି ।
୨.ଆଲିଙ୍ଗନ କରିବା ଦ୍ୱାରା ପରସ୍ପର ପ୍ରତି ବିଶ୍ୱାସ ବଢ଼ିବା ସହ ସମ୍ପର୍କ ମଜବୁତ ହୋଇଥାଏ ।

Freepik

୩. ଆଲିଙ୍ଗନ କରିବା ଦ୍ୱାରା ଆତ୍ମସମ୍ମାନ ବଢ଼ିବା ସହ ମାନସିକ ଅବସ୍ଥା ଠିକ୍‌ ରହିଥାଏ । ୪. ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲିଙ୍ଗନ କରି ରହିଲେ, ଶରୀରରେ ସେରୋଟୋନିନ୍‌ ହରମୋନ୍‌ ସ୍ତର ବଢ଼ିଥାଏ । ଯାହା ଖରାପ ମୁଡ଼୍‍କୁ ଭଲ କରିଥାଏ ।

୫. ଯଦି ଆପଣ ଏକା ବା କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଯାଇ କାହାକୁ ଆଲିଙ୍ଗନ କରନ୍ତୁ । ଏହା ଦ୍ୱାରା ଅକ୍ସିଟୋସିନ୍‌ର ସ୍ତର ଶୀଘ୍ର ଶରୀରରେ ବଢ଼ିବା ସହ ଏହା ରାଗ, ଏକାପଣକୁ ଦୂର କରିଦେବ ।

Reader’s Digest

୬. ଆଲିଙ୍ଗନ କରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ ।

ସମ୍ବନ୍ଧିତ ଖବର