ଆମ୍ବ ପାଟିକୁ ଯେଉଁଭଳି ସୁଆଦ ସେହିଭଳି ଭାବେ ଦେହକୁ ମଧ୍ୟ ହିତ। ଆପଣମାନେ ହୁଏତ ଆମ୍ବ ଫଳର ଫାଇଦା ବିଷୟରେ ଜାଣିଥିବେ ହେଲେ ଏହାର ପତ୍ର ମଧ୍ୟରେ ରହିଥିବା ଫାଇଦା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଆସନ୍ତୁ ଜାଣିବା ଆମ୍ବ ପତ୍ରରେ ରହିଥିବା ଫାଇଦା ବିଷୟରେ…..
୧-ସାଧାରଣତଃ ଆମ୍ବ ପତ୍ରରେ କୈଫିକ ଏସିଡ୍ ନାମକ ଏକ ଫିନାଲିକ୍, ମୈଗିଫେରିନ ଭଳି ପାଲିଫିନାଲ୍ସ,ଗୌଲିକ ଏସିଡ୍, ଫ୍ଲେବୋନୋଇଡ୍ସ ଭଳି କେତେକ ଅସ୍ଥାୟୀ ଯୌଗିକ ପଦାର୍ଥ ରହିଥାଏ। ଏହି କାରଣରୁ ଆମ୍ବ ପତ୍ରର ଅର୍କ ଡାଇବେଟିସ ଓ ଆଜମା ଉପଚାର ଲାଗି ପ୍ରାଚୀନ କାଳରୁ ଉପଯୋଗ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
୨-ଏତଦ୍ବ୍ୟତୀତ ବ୍ଲଡସୁଗାରକୁ ନିଂୟନ୍ତ୍ରଣ ରଖିବାରେ ବି ସହାୟକ ହୋଇଥାଏ ଆମ୍ବପତ୍ର , କାରଣ ଆମ୍ବପତ୍ରରେ ଟୈନିନ୍ ନାମକ ତତ୍ତ୍ୱ ରହିଥାଏ, ଯାହାକି ଶରୀରରେ ଇଂସୁଲୁନ୍ର ଉତ୍ପାଦନ ସହିତ ଗ୍ଲୁକୋଜର ସ୍ତର ବଢ଼ାଇକରି ବ୍ଲଡ ସୁଗାରର ସ୍ତରକୁ ବି କମ୍ କରିଥାଏ। ତେଣୁ ଆପଣ ହାଲ୍କା ସବୁଜ ରଙ୍ଗର ଛୋଟ ଆକୃତିର ଆମ୍ବପତ୍ରକୁ ଆଣି ତାହାକୁ ଧୋଇ ଛୋଟ ଛୋଟ କରି କାଟି ଚୋବାନ୍ତୁ।
୩-ଏହାସହିତ ଆମ୍ବପତ୍ରର ସେବନ କରିଲେ କିଡ୍ନିଜନିତ ସମସ୍ୟାରୁ ବି ମୁକ୍ତି ମିଳିଥାଏ।