ମଧୁମେହ ଏବଂ ଶ୍ବାସ ରୋଗୀ ହୋଇଥିଲେ ଏଭଳି ଭାବେ ନିଅନ୍ତୁ ନିଜର ଯତ୍ନ

ହୋଲିର ପର୍ବ ଆସିବା ପରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥାଏ । ଏହି ଦିନଟିକୁ ପାଳନ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ରଙ୍ଗ ସହ ପିଚ୍‌କାରୀ କିଣିବାରେ ଲାଗି ପଡ଼ିଥାନ୍ତି । କିନ୍ତୁ ହୋଲିର ପର୍ବ କିଛି ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ସାବଧାନ ନ ହେଲେ ପରେ ଅସବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଖାସ୍‌ କରି ମଧୁମେହ ଏବଂ ଆସ୍ଥମା ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ଏହି ଦିନ ଖୁବ୍‌ ସାବଧାନ ରହିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେ ବିଷୟରେ…..

୧. ଆସ୍ଥମା ରୋଗୀ ସୁଖିଲା ରଙ୍ଗରେ ହୋଲି ଖେଳନ୍ତୁ ନାହିଁ । ସୁଖିଲା ରଙ୍ଗ ରୋଗୀର ଶରୀରକୁ ଯିବା ପରେ ଆସ୍ଥମା ଆଟାକ୍‌ ହେବାର ସମ୍ଭାବନା ରହିଥାଏ । ଅନ୍ୟ ପକ୍ଷରେ, ମଧୁମେହ ରୋଗୀଙ୍କୁ ମିଠାଠାରୁ ଦୂରରେ ରହିବା ପାଇଁ କୁହାଯାଇଥାଏ । କିନ୍ତୁ ହୋଲି ଭଳି ପର୍ବରେ ମିଠାଠାରୁ ଦୂରରେ ରହିବା କଷ୍ଟକର ହୋଇ ପଡ଼ିଥାଏ । ସେଥିପାଇଁ ହୋଲି ଖେଳିବା ସମୟରେ ମିଠା କମ୍‌ ଖାଇବାକୁ ଚେଷ୍ଟା କରନ୍ତୁ ।

Times of India

୨. ହୋଲିରେ ପ୍ରସ୍ତୁତ କରାଯାଉଥିବା ଖାଇବାରେ ତେଲର ବ୍ୟବହାର ଅଧିକ କରାଯାଇଥାଏ । ଯାହାକୁ ଖାଇବା ଦ୍ୱାରା ମଧୁମେହ ରୋଗିଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡ଼ିବାର ଆଶଙ୍କା ରହିଥାଏ । ଏହା ସହ ଆସ୍ଥମା ରୋଗୀମାନଙ୍କୁ ଲସିଠାରୁ ନିଜକୁ ଦୂରରେ ରଖିବା ଅତ୍ୟନ୍ତ ଜରୁରୀ । ହୋଲିରେ ଲୋକମାନେ ଲସି ପିଇବାକୁ ପସନ୍ଦ କରିଥାନ୍ତି । ସେଥିରେ କ୍ଷୀର,ଘିଅ ଏବଂ ଭାଙ୍ଗ ଇତ୍ୟାଦି ମିଶିଥାଏ । ଯାହା ଆସ୍ଥମା ରୋଗୀଙ୍କ ପାଇଁ ହାନିକାରକ ହୋଇପାରେ ।

୩. ଆସ୍ଥମା ରୋଗୀମାନେ ଭିଡ଼ ସ୍ଥାନକୁ ଯାଇ ହୋଲି ଖେଳିବା ଅନୁଚିତ । କାରଣ ସେଠାରେ ଲୋକଙ୍କ ସଂଖ୍ୟା ଅଧିକ ଥିବା ସହ ଚାରିଆଡ଼େ ରଙ୍ଗ ଉଡ଼ୁଥିବାରୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଅନ୍ୟ ପକ୍ଷରେ, ମଧୁମେହ ରୋଗୀମାନଙ୍କୁ ଏହି ଦିନ କମ ଖାଇବାକୁ ଚେଷ୍ଟା କରିବା ଦରକାର । ଦରକାରଠାରୁ ଅଧିକ ଖାଇବା ଦ୍ୱାରା ମଧୁମେହ ରୋଗ ବଢ଼ିବାର ଆଶଙ୍କା ରହିଥାଏ ।

News18.com
ସମ୍ବନ୍ଧିତ ଖବର