ବ୍ରତରେ ଉପବାସ ବାଧ୍ୟବାଧ୍ୟକତା ହୋଇପାରେ , କିନ୍ତୁ ଜାଣନ୍ତୁ ଏହା କାହିଁକି ଆବଶ୍ୟକ
ଆମ ହିନ୍ଦୁ ଧର୍ମରେ ଅନେକ ପୂଜାପାର୍ବଣ ରହିଛି। ଏଥିମଧ୍ୟର ଅନେକ ବ୍ରତ ରହିଛି ଯେଉଁଥିରେ ସାଧାରଣତଃ ଉପବାସ ରହିବାକୁ ପଡ଼ିଥାଏ। ଏଥିମଧ୍ୟରେ ଜନ୍ମାଷ୍ଟମୀ ,ସାବିତ୍ରୀ ବ୍ରତ,କରବାଚୌଥ୍, ମହାଶିବରାତ୍ରି ଆଦି ଅନ୍ତର୍ଭୁକ୍ତ। ଏହା ହୁଏତ ଅନେକଙ୍କ ପାଇଁ ବାଧ୍ୟବାଧ୍ୟକତା ହୋଇପାରେ । କିନ୍ତୁ ଆପଣ ଉପବାସ ରହିବାର ଉପକାର ଜାଣିଲେ ନିଶ୍ଚିତ ଖୁସି ହେବେ। ପ୍ରଥମ କଥା ହେଲେ ଉପବାସ କରିଲେ, ତାହା ଶରୀର ପାଇଁ ଲାଭପ୍ରଦ ବୋଲି କୁହାଯାଇଥାଏ । ବ୍ରତ ସମୟରେ ଶରୀରରେ ଫ୍ୟାଟ୍ ବର୍ଣ୍ଣିଂ ପ୍ରୋସେସ୍ କ୍ଷୀପ୍ର ହୋଇଥାଏ, ଯାହା ଫଳରେ ଶରୀରରୁ ଓଜନ ହ୍ରାସ ପାଇବା ଆରମ୍ଭ ହୋଇଥାଏ । କାରଣ ଫ୍ୟାଟ୍ସେଲସରୁ ଲାଷ୍ଟିନ୍ ନାମକ ହରମୋନ୍ ବାହାରିଥାଏ, କିନ୍ତୁ ବ୍ରତ ସମୟରେ କମ୍ କ୍ୟାଲୋରି ମିଳିବା ଫଳରେ ଲାଷ୍ଟିନ୍ର ସକ୍ରିୟତା ଉପରେ ପ୍ରଭାବ ପଡ଼ିଥାଏ । ଏହା ଫଳରେ ବ୍ରତ ସମୟରେ ଓଜନ ହ୍ରାସ ପାଇଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରତ ଆଚରଣ କରିବା ଫଳରେ ମାନସିକ ଉତ୍ତେଜନା ହ୍ରାସ ପାଇଥାଏ । ଏଣୁ ମସ୍ତିଷ୍କ ଶାନ୍ତ ରହିଥାଏ । ଏହି ସମୟରେ ଲୋକେ ତାମସିକ ଭୋଜନ କରି ନଥାନ୍ତି । ଏହା ଫଳରେ ମସ୍ତିଷ୍କ ଶାନ୍ତ ରହିଥାଏ ।
ଉପବାସ ରହିବା ଫଳରେ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଆସେ ଓ ଶରୀର ପରିଷ୍କାର ହୋଇଥାଏ । ଏହାଛଡା ଯକୃତ ଓ ପେଟକୁ ଟିକେ ଆରାମ ମିଳିଥାଏ । ଯାହା ଶରୀର ପାଇଁ ଖୁବ୍ ଭଲ ।
ଉପବାସ କରିଲେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ଏତଦ୍ବ୍ୟତୀତ କୋଲାଇଟସ୍ ,ମୁଣ୍ଡବିନ୍ଧା, କ୍ଲାନ୍ତି ଓ ବଦହଜମି ଭଳି ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।