ରାତିରେ ନିଦ ହେଉ ନାହିଁ କି? ଆପଣାନ୍ତୁ ଏହି ସବୁ ଉପାୟ

ବ୍ୟସ୍ତବହୁଳ ଜୀବନରେ ଶୋଇବା ପାଇଁ ସମୟ ଟିକେ କାଢ଼ିବା ଯେତିକି କଷ୍ଟ ବିଛଣାରେ ପଡ଼ିବା ପରେ ଭଲ ନିଦ ଟିକେ ପାଇବା ତା’ଠାରୁ ବେଶି କଷ୍ଟ। ଭଲ ନିଦ ନ ହେବାର ମାନେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିବା। ତେଣୁ, କ’ଣ କଲେ ଆପଣଙ୍କୁ ସୁନିଦ୍ରା ହେବ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

-ଚେଷ୍ଟା କରନ୍ତୁ ଦକ୍ଷିଣକୁ ମୁଣ୍ଡ ଏବଂ ଉତ୍ତରକୁ ଗୋଡ଼ କରି ଶୋଇବାକୁ। ଏମିତି ଶୋଇଲେ ନିଶ୍ଚୟ ସୁନିଦ୍ରା ହୋଇଥାଏ ବୋଲି ବିଶ୍ୱାସ ରହିଛି।

-ଶୋଇବାକୁ ଯିବା ପୂର୍ବରୁ ଧ୍ୟାନ କରନ୍ତୁ। ଧ୍ୟାନ ମସ୍ତିଷ୍କକୁ ଶାନ୍ତ କରେ। ମସ୍ତିଷ୍କ ଶାନ୍ତ ରହିଲେ ସୁନିଦ୍ରା ଆସିବାକୁ ଆଉ ବିଳମ୍ବ ହୋଇନଥାଏ।

-ଏକ ତମ୍ବା ପାତ୍ରରେ ପାଣି ରଖି ସେହି ପାଣିକୁ ପିଅନ୍ତୁ। ତମ୍ବା ପାତ୍ରରେ ରଖି ପାରି ପିଇଲେ ନାନା ପେଟ ସମସ୍ୟା ଦୂର ହୋଇଥାଏ। ପେଟ ସମସ୍ୟା ବି ନିଦ ନହେବାର ଆଉ ଏକ କାରଣ ହୋଇଥାଏ।

-ଶୋଇବା ବିଛଣା ନିକଟରେ ଜୋତା କିମ୍ବା ଡଷ୍ଟ୍‍ବିନ୍‌ ରଖନ୍ତୁ ନାହିଁ। ଏହା ଅଜାଣତରେ ବ୍ୟକ୍ତିକୁ ଅନ୍ୟମନସ୍କ କରାଏ। ଫଳରେ ଭଲ ନିଦ ହୁଏ ନାହିଁ।

ସମ୍ବନ୍ଧିତ ଖବର