ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଖାଦ୍ୟ, ହେବ ନାହିଁ କର୍କଟ ରୋଗ

ଶରୀର ପାଇଁ ଉପଯୁକ୍ତ ଆହାର ଗ୍ରହଣ ନକରିବା ଫଳରେ ଆଜିକାଲି ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି । ଶରୀରରକୁ ସୁସ୍ଥ ରଖିବା ପାଇଁ ଖାଲି ବ୍ୟାୟମ ଜରୁରୀ ନୁହଁ; ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ । ପ୍ରତିଦିନର ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳ ଖାଇବା ସହ କିଛି ଏମିତି ଜିନିଷ ଖାଇବା ଦରକାର ଯାହା ଶରୀରକୁ ବିଭିନ୍ନ ରୋଗରୁ ଦୂରରେ ରଖିବ । ଯାହା ଆପଣ ଖାଉଛନ୍ତି ସେଥିରେ ପ୍ରୋଟିନ, ଭିଟାମିନ୍‌, ଜିଙ୍କ, ମ୍ୟାଗ୍ନେସିୟମ, ମିନେରାଲ୍ସ ସହ ବିଟା କେରୋଟିନ ମଧ୍ୟ ରହିବା ନିତାନ୍ତ ଆବଶ୍ୟକ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇବା ପରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଅପଣଙ୍କୁ ଏହା ଅନେକ ରୋଗରୁ ରକ୍ଷା କରବ।

୧. କିଛି ଲୋକ ବିନ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏଥିରେ କର୍କଟ ରୋଗ ସହ ଲଢ଼ିବାର କ୍ଷମତା ରହିଛି । ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ । ପ୍ରତିଦିନ ଏହାକୁ ଖାଇଲେ ମଧୁମେହର ସମସ୍ୟା କମ ହେବା ସହ ପାଚକତନ୍ତ୍ର ଠିକ୍‌ ରହିଥାଏ ।
୨. କଞ୍ଚା ପିଆଜ ଖାଇବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।

BBC Good Food

୩. ଛତୁରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଅଧିକ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଥଣ୍ଡା ବା ଜ୍ୱର ଅତି ସହଜରେ ହୋଇ ନଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଆଇରନର ପରିମାଣ ବଢ଼ିବା ସହ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

AajTak

୪. ସବୁଜ ପରିବାରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ ଏବଂ ଆଣ୍ଟଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ରହିଥାଏ । କିନ୍ତୁ ଧ୍ୟାନ ରଖନ୍ତୁ । ସୁସ୍ଥ ରହିବା ପାଇଁ ଋତୁ ଅନୁସାରେ ପରିବା ଖାଆନ୍ତୁ ।

ସମ୍ବନ୍ଧିତ ଖବର