ଏଇ ପାଞ୍ଚଟି ଜିନିଷ ଖାଇ ଟାଣ କରନ୍ତୁ ଅସ୍ଥିକଙ୍କାଳ

ବୟସାଧିକ୍ୟ ହେଲେ ହାଡ଼ ପାମ୍ପୁଡ଼ା ହୋଇ ଆସେ। ପୁରୁଷଙ୍କ ଦେହର ଟେଷ୍ଟୋଟେରୋନ୍‌ ହର୍ମୋନ୍‌ ଏବଂ ନାରୀଙ୍କ ଦେହରେ ଏଷ୍ଟ୍ରୋଜେନ୍‌ ହର୍ମୋନ୍‌ ଉତ୍ପାଦନ କମି ଯାଉଥିବାରୁ ହାଡ଼ କ୍ରମେ ସରୁ ହୋଇ ଆସି ମସକା ହୋଇଯାଏ। ଏହାର ପ୍ରତିକାର ପାଇଁ କାଲ୍‌ସିୟମ୍‌ ଏବଂ ଭିଟାମିନ୍‌ ଡି ଥିବା ଏମିତି କିଛି ଖାଦ୍ୟ ଖାଆନ୍ତୁ। ହାଡ଼ ଟାଣ ଓ ଶରୀର ସୁସ୍ଥ ରହିବ।

ପ୍ରୁନ୍‌ସ୍‌ (ଶୁଖିଲା କୋଳି): ପ୍ରୁନ୍‌ସ୍‌ରେ ଫେନୋଲିକ୍‌ ଉପାଦାନ ଥିବାରୁ ଏହା ହାଡ଼ ଗଠନ କରିବାରେ ସହାୟକ ହେବା ସହ ହାଡ଼ କ୍ଷୟ ରୋକିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ମଧ୍ୟ ହାଡ଼ର ଉନ୍ନତି କରିଥାଏ।

ନଟ୍‌ସ୍‌ (ବାଦାମଜାତୀୟ ମଞ୍ଜି): ଏଥିରେ ପଟାସିୟମ୍‌ ଏବଂ ମାଗ୍ନେସିୟମ୍‌ ଭଳି ହାଡ଼ ପାଇଁ ଲୋଡ଼ା ପୋଷକତତ୍ତ୍ୱ ଭରି ରହି ଥିବାରୁ ଏସବୁ ଖାଇବା ହାଡ଼ ପକ୍ଷେ ହିତ। ମାଗ୍ନେସିୟମ୍‌ ଦେହରେ ଭିଟାମିନ୍‌ ଡି ସ୍ତର ବଜାୟ ରଖିଥାଏ। ଭିଟାମିନ୍‌ ଡି’ର ଅଭାବ ଯୋଗୁଁ ହାଡ଼ ନଷ୍ଟ ହୋଇଥାଏ। ହାଡ଼ରୁ କାଲ୍‌ସିୟମ୍‌ ସରାଇ ଦେଉଥିବା ଏସିଡ୍‌କୁ ପ୍ରଭାବହୀନ କରିଥାଏ ପଟାସିୟମ୍‌।

ସାଲ୍‌ମନ୍‌ (ସାମୁଦ୍ରିକ ମାଛ): ସାଲ୍‌ମନ୍‌ ମାଛରେ ଥିବା ଭିଟାମିନ୍‌ ଡି’ର ତୁଳନା ନାହିଁ। ଏଥିରେ ପ୍ରୋଟିନ୍‌ ବି ଅଧିକ ଥାଏ। ହାଡ଼ର ଟାଣପଣ ବଜାୟ ରଖିବା ଓ ଆଘାତ ଉପସମ କରିବା ନିମନ୍ତେ କୋଲାଜେନ୍‌ ଉତ୍ପାଦନ କରିବାକୁ ପ୍ରୋଟିନ୍‌ ଅତ୍ୟାବଶ୍ୟକ। ଖାଲି ସେତିକି ନୁହେଁ, ସାଲ୍‌ମନ୍‌ରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଅସ୍ଥିକଙ୍କାଳକୁ ସୁସ୍ଥ ରଖେ।

ଇଡାମେମ୍‌ (ସୋୟାଛୁଇଁ): ଦୁଗ୍ଧ କି, ଆମିଷ ଖାଉ ନ ଥିବା ବ୍ୟକ୍ତିଙ୍କ ହାଡ଼ର ଦେଖାଶୁଣା କରିବାକୁ ସୋୟାଛୁଇଁ ଗୋଟାଏ ଚମତ୍କାର ବିକଳ୍ପ। ଏଥିରେ ପ୍ରୋଟିନ୍‌, ମାଗ୍ନେସିୟମ୍‌ ଏବଂ ପଟାସିୟମ୍‌ ବହୁ ପରିମାଣରେ ଥିବାରୁ ହାଡ଼ ଟାଣ କରିବାରେ ଏହାର ତୁଳନା ନାହିଁ। ହାଡ଼ର ଖନିଜ ଲବଣର ବହଳତା ବଜାୟ ରଖିବାରେ ମଧ୍ୟ ଏ ସବୁ ସାହାଯ୍ୟ କରି ଥାଆନ୍ତି।

ବ୍ରୋକୋଲି (ଫୁଲକୋବିଜାତୀୟ ପରିବା): ସୁସ୍ଥ ହାଡ଼ ପାଇଁ ବ୍ରୋକୋଲି ଆଉ ଗୋଟାଏ ସବୁଜ ପରିବା। କେବଳ ହାଡ଼ରେ ଥିବା ଏକ ଜାତୀୟ ପ୍ରୋଟିନ୍‌ ଅଷ୍ଟିଓକାଲ୍‌ସିନ୍‌ ଉତ୍ପାଦନ ନିମନ୍ତେ ଆବଶ୍ୟକ ଭିଟାମିନ୍‌ କେ ବ୍ରୋକୋଲିରେ ରହିଛି। ତେଣୁ ଏହା ହାଡ଼କ୍ଷୟ ମନ୍ଥର କରିଥାଏ।

ସମ୍ବନ୍ଧିତ ଖବର