ଖରା ଦିନେ ଏହି ଉପାୟରେ ଅତର ଲଗାଇବା ଦ୍ୱାରା ପୂରା ଦିନ ମହକିବେ

ଅତର ଲଗାଇବାକୁ ସବୁ ଲୋକ ଖୁବ୍‌ ପସନ୍ଦ କରନ୍ତି । ଖାସ୍‌ କରି ଖରା ଦିନେ ଗରମରୁ ଝାଳ ବୋହିବା ଦ୍ୱାରା ଶରୀରରୁ ଦୁର୍ଗନ୍ଧ ବାହାରି ଥାଏ । ସେଥିପାଇଁ ନିଜକୁ ଫ୍ରେସ ରଖିବା ପାଇଁ ଲୋକମାନେ ଅତର ଓ ଡିଓ ବ୍ୟବହାର କରିଥାଆନ୍ତି । ଯେଉଁମାନେ କର୍ମଜୀବୀ ସେମାନେ ଅତରର ଅଧିକ ବ୍ୟବହାର କରିଥାଆନ୍ତି । କିନ୍ତୁ ବେଳେ ବେଳେ ଆପଣ ଘରୁ ଅତର ଲଗାଇ ବାହାରିଥିବା ବେଳେ ଅଧା ବାଟରେ ହିଁ ତା’ର ମହକ କମି ଯାଇଥାଏ । ସେଥିପାଇଁ ଲୋକମାନେ ଦାମୀ ଏବଂ ଅଧିକ ସୁଗନ୍ଧଯୁକ୍ତ ଅତର ବ୍ୟବହାର ଆରମ୍ଭ କରି ଦେଇଥାଆନ୍ତି । କିନ୍ତୁ ତାହାର ମଧ୍ୟ କୌଣସି ସୁଫଳ ମିଳେ ନାହିଁ । ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଅତର ଲଗାଇବାକୁ ପଡ଼ିଥାଏ । ଯଦି ଆପଣ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଉପାୟର ତା’ର ସମାଧାନ କରନ୍ତୁ ।

rochakpost

୧.ଯେତେବେଳେ ଅତର ଲଗାଇବେ ସେତେବେଳେ ଆପଣଙ୍କ ଶରୀର ପୂରାପୂରି ଶୁଖିଲା ରହିବା ଦରାକାର । କାରଣ ଶୁଖିଲା ଚର୍ମ ଉପରେ ଅତର ଲଗାଇବା ଦ୍ୱାରା ଚର୍ମ ତାହାକୁ ପୂରା ଶୋଷି ନେଇଥାଏ । ଯାହା ଦ୍ୱାରା ଅତର ଦୀର୍ଘ ସମୟ ଧରି ଶରୀରରେ ରହିଥାଏ ।
୨.ଅତର ଲଗାଇବା ପରେ ସେ ସ୍ଥାନକୁ ହାତରେ ଘସନ୍ତୁ ନାହିଁ । ପ୍ରାୟ ଲୋକ ଏହି ଭୁଲ କରିଥାଆନ୍ତି । ଏପରି କରିବା ଦ୍ୱାରା ସୁଗନ୍ଧ ବଢ଼ିବା ବଦଳରେ କମି ଯାଇଥାଏ ।

rochakpost

୩.ଚର୍ମରେ ପେଟ୍ରେରଲିୟମ ଜେଲି ଲଗାଇବା ପରେ ଅତର ଲଗାନ୍ତୁ । ଏପରି କରିବା ଦ୍ୱାରା ମହକ ବେଶୀ ସମୟ ପର୍ଯ୍ୟନ୍ତ ରହିଥାଏ ।
୪.ଗାଧୋଇବା ପରେ ପରେ ଅତର ଲଗାଇବା ଦ୍ୱାରା ତାହା ବେଶୀ ସମୟ ସୁଗନ୍ଧ ଦେଇଥାଏ । କାରଣ ଗାଧୋଇବା ପରେ ପରେ ଶରୀରର ଚର୍ମରେ ଛୋଟ ଛୋଟ ଛିଦ୍ର ହୋଇ ଯାଇଥାଏ । ଯାହାଦ୍ୱାରା ଅତର ଅଧିକ ସମୟ ରହିଥାଏ ।

ସମ୍ବନ୍ଧିତ ଖବର