କେଉଁ ଖାଦ୍ୟ କେତେବେଳେ ଖାଇଲେ ଶରୀର ପାଇଁ ଭଲ

ଆଜିକାଲି ଜୀବନଶୈଳୀରୁ ଅନେକ ରୋଗ ହୋଇଥାଏ। ବିଶେଷ କରି ଖାଦ୍ୟପେୟରେ ଅସନ୍ତୁଳନ ରହିଲେ ଅନେକ ରୋଗ ହେଉଥିବା ଡାକ୍ତରମାନେ କହୁଛନ୍ତି। । ନିଜ ପସନ୍ଦର ଖାଦ୍ୟ ଖାଇବା ବେଳେ ବହୁତ ଖୁସି ଲାଗିଥାଏ । କିନ୍ତୁ କେଉଁ ଖାଦ୍ୟ ପଦାର୍ଥ କେଉଁ ସମୟରେ ଖାଇବା ଉଚିତ, ସେଥିପ୍ରତି ଆମେ ଧ୍ୟାନ ଦେଉନାହୁଁ । ଆସନ୍ତୁ କିଛି ଖାଦ୍ୟ ପଦାର୍ଥ ବିଷୟରେ ଜାଣିବା ଯାହା ଆମେ ଭୁଲ୍‌ ସମୟରେ ଖାଇଥାଆନ୍ତି ।

Boldsky.com

ଦହି: ଗରମ ଦିନରେ ଅଧିକାଂଶ ଲୋକ ଅଧିକ ଦହି ଖାଇଥାଆନ୍ତି । ଯଦି ଏହାକୁ ରାତିରେ ଖାଇବେ ତା’ହେଲେ ସ୍ୱାସ୍ଥ୍ୟ ଖରାପ ହୋଇଯିବ । ଆପଣଙ୍କୁ ଥଣ୍ଡା, କାଶ ଆଦି ହୋଇପାରେ । ତେଣୁ ରାତିରେ ଦହିଠାରୁ ଦୂରେଇ ରହନ୍ତୁ।

ମିଠା: ଏହା ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ। ପିଲାଠୁ ବୁଢ଼ା ସମସ୍ତଙ୍କ ପ୍ରିୟ। ତେବେ ଦ୍ୱିପ୍ରହର, ସନ୍ଧ୍ୟା ଏବଂ ରାତିରେ ମିଠା ଖାଇବା ଉଚିତ୍‌ ନୁହେଁ । ଏହା ଆପଣଙ୍କ ନିଦରେ ବ୍ୟାଘାତ ସୃଷ୍ଟି କରିବ । ଗ୍ଲୁକୋଜ ବଢ଼ାଇ ଆପଣଙ୍କ ଓଜନ ବୃଦ୍ଧି ହୋଇପାରେ । ମିଠା ସକାଳେ ଖାଇବା ଉଚିତ୍‌ । ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ । ଆପଣଙ୍କ ଶରୀରରେ ଥିବା ଗ୍ଲୁକୋଜକୁ ମଧ୍ୟ ସନ୍ତୁଳିତ ରଖିଥାଏ ।

New Health Advisor

କଦଳୀ: ଦ୍ୱିପ୍ରହର ସମୟରେ କଦଳୀ ଖାଇବା ସ୍ୱାସ୍ଥ୍ୟ ପ୍ରତି ଭଲ । ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ । କିନ୍ତୁ ରାତିରେ କିମ୍ବା ସକାଳରେ ଖାଇବା ଉଚିତ୍‌ ନୁହେଁ।

ଡାଲି: ଡାଲି ଦ୍ୱିପ୍ରହରରେ ଖାଇବା ଉଚିତ୍‌ । ଡାଲିରେ ଭରପୂର ପ୍ରୋଟିନ୍‌ ଥାଏ, ତେଣୁ ଏହାକୁ ରାତିରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
ଅଖରୋଟ ବା ବାଦାମ: ଏହାକୁ ରାତିରେ ଖାଆନ୍ତୁ । ଏଥିରେ ମେଲାଟୋନିନ ନାମକ ହରମୋନ୍‌ ଥାଏ ଯାହା ନିଦ ହେବାରେ ସାହାଯ୍ୟ କରିଥାଏ । ତେଣୁ ଶୋଇବା ପୂର୍ବରୁ ଏହାକୁ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ ।

Hemophilia Federation of America

ଛେନା ଓ କ୍ଷୀର : ଛେନା ରାତିରେ ଖାଇବା ଉଚିତ୍‌ ନୁହେଁ । ହଜମ ଠିକ୍‌ ଭାବରେ ହୋଇ ନ ଥାଏ । ଓଜନ ମଧ୍ୟ ବୃଦ୍ଧି ହୋଇଥାଏ । ଏହାକୁ ସକାଳ ଖାଇଲେ ଭଲ । କ୍ଷୀର ରାତିରେ ପିିଇବା ଦ୍ୱାରା ଭଲ ନିଦ ହୋଇଥାଏ । କଫିର ସେବନ ସକାଳେ କରିବା ଠିକ୍‌। ସନ୍ଧ୍ୟା ୭ଟା ପରେ ରାତିରେ କଫି ପିଇବା ଉଚିତ୍‌ ନୁହେଁ ।

ଭାତ: ଭାତରେ କାର୍ବୋହାଇଡ୍ରେଟସ୍‌ ଅଧିକ ମାତ୍ରାରେ ରହିଥାଏ । ସେଥିପାଇଁ ରାତିରେ ଏହାକୁ ଖାଇବା ଉଚିତ୍‌ ନୁହେଁ । ରାତିରେ ଶରୀରର ହଜମ ପ୍ରକ୍ରିୟା ଶିଥିଳ ଥାଏ, ତେଣୁ ଭାତ ସହଜରେ ହଜମ ହୋଇନ ଥାଏ। ତେଣୁ ସକାଳେ ଓ ଦ୍ୱିପ୍ରହରରେ ଭାତ ଖାଇବା ଉଚିତ୍‌ ।
ପନିର: ପନିରରେ ବହୁ ମାତ୍ରାରେ ପ୍ରୋଟିନ୍‌ ଥାଏ । ତେଣୁ ଏହା ସହଜରେ ହଜମ ହୋଇ ନଥାଏ । ସକାଳେ ବା ଦ୍ୱିପ୍ରହରରେ ଏହାର ସେବନ କଲେ ଭଲ ।

ସମ୍ବନ୍ଧିତ ଖବର