ଜାଣନ୍ତୁ କେଉଁ ଜୁସ୍‌ ପିଇବା ଦ୍ୱାରା କେଉଁ ରୋଗରୁ ମୁକ୍ତି ପାଇବେ, ମିଳିବ ଅନେକ ଫାଇଦା

ଏବେ ବଜାରରେ ବହୁ ଖରାଦିନିଆ ଫଳ ସବୁ ଉପଲବ୍ଧ। ଡାକ୍ତରମାନଙ୍କ କହିବା ଅନୁଯାୟୀ ଋତୁ ଅନୁସାରେ ଫଳ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏମିତି ଅନେକ ଫଳ ରସ ଅଛି ଯାହାକୁ ପିଇବା ଦ୍ୱାରା ଅନେକ ଫାଇଦା ମିଳେ। ଚାଲନ୍ତୁ ସେପରି କିଛି ଫଳରସ(ଜୁସ) ସଂପର୍କରେ ଆଜି ଜାଣିବା।

ଆପଣଙ୍କର ସ୍ମୃତିଶକ୍ତି ବଢ଼ାଇବା ପାଇଁ ଆପଣ ଡାଳିମ୍ବ, ବିଟ୍‌ ଓ ଅଙ୍ଗୁର ରସ ପିଅନ୍ତୁ। ଏହା ଦ୍ୱାରା ଦୃଷ୍ଟି ଜନୀତ ସମସ୍ୟା ଦୂର ହେବ।

ବଦହଜମି ଦୋଷ ଥିଲେ ଆପଣଙ୍କ ପାଇଁ ସପୁରି, ଗାଜର ଓ ଲେମ୍ବୁ ଜୁସ୍‌ ଖୁବ ଭଲ।

ଯଦି ଦୁଃଖ ବା ଅବସାଦରେ ଥିବା ପରି ଲାଗୁଛି ତେବେ ଆପଣ ଷ୍ଟ୍ରବେରି, ନାସପାତି ଓ କଦଳୀ ରସ ପିଅନ୍ତୁ।

କୋଷ୍ଟକାଠିନ୍ୟ ପାଇଁ ଗାଜର, ସେଓ ଓ ବନ୍ଧାକୋବି ରସ ଖୁବ୍‌ ଭଲ।

ଅଲସର ପାଇଁ ଗାଜର, ସେଓ ଓ ଜୁଆରି ପତ୍ର ରସ ଭଲ କାମ ଦେଇଥାଏ।

କିଡନି ଷ୍ଟୋନ୍‌ ଭଲ କରିବା ପାଇଁ ଗାଜର,ତରୁଭୁଜ, କାକୁଡ଼ି ଓ ଧନିଆପତ୍ର ରସ ଖୁବ୍‌ ଭଲ ହୋଇଥାଏ।

ଥଣ୍ଡା କମାଇବା ପାଇଁ ଗାଜର, ସପୁରୀ କିମ୍ବା ଧନିଆ ରସ ପିଅନ୍ତୁ।

ଶ୍ୱାସ ଥିଲେ ଗାଜର, ପାଳଙ୍ଗ, ସେଓ ଓ ରସୁଣ ରସ ଖୁବ ଭଲ।

ମଧୁମେହ ରୋଗୀଙ୍କ ପାଇଁ ଗାଜର, ପାଳଙ୍ଗ ଓ ଜୁଆଣି ପତ୍ର ରସ ଖୁବ୍‌ ଭଲ।

ମୁଣ୍ଡବିନ୍ଧା କମାଇବା ପାଇଁ ଆପଣ ସେଓ, କାକୁଡ଼ି, ଜୁଆଣିପତ୍ର, ଅଦା ଓ ବନ୍ଧାକୋବି ପତ୍ର ରସ ପିଇପାରନ୍ତି।

ସମ୍ବନ୍ଧିତ ଖବର