ଜାଣନ୍ତୁ ନିଦ୍ରା ପକ୍ଷଘାତ କେଉଁ ପରିସ୍ଥିତିରେ ହୋଇଥାଏ?

ନିଦ୍ରା ପକ୍ଷଘାତ ହେଉଛି ଏକ ବିରଳ ରୋଗ। ଏହି ରୋଗ ସଂପର୍କରେ ଜାଣିବାକୁ ଚାହାଁନ୍ତି ତ ପଢ଼ନ୍ତୁ ଏହି ବିବରଣୀ। ଏହା ସାଧାରଣତଃ ଶୋଇବା ଅବସ୍ଥାରେ ଘଟିଥାଏ। ଠିକ୍‌ ସେହିପରି ନିଦରେ ଥିବା ବେଳେ ବି ଚାଲିଲେ ଏହି ରୋଗ ହୋଇଥାଏ। କିନ୍ତୁ ଏହା ଏକ ସିରିଅସ୍‌ ରୋଗ ନୁହେଁ ,ବରଂ ମନସ୍ତାତ୍ୱିକ ରୋଗ ବୋଲି ବିଚାର କରାଯାଏ।

ଜଣେ ରାତି ଅଧରେ ଉଠିପଡ଼ନ୍ତି, କିନ୍ତୁ ଚଳପ୍ରଚଳ କରିପାରନ୍ତି ନାହିଁ। ଏ କ୍ଷେତ୍ରରେ ମସ୍ତିଷ୍କ ସକ୍ରିୟ ଥାଏ କିନ୍ତୁ, ଶରୀର ତଥାପି ନିଷ୍କ୍ରିୟ ହୋଇ ରହିଥାଏ।
ଶୋଇ ପଡ଼ିଥିବା ସମୟରେ ମାଂସପେଶୀ ନିଷ୍କ୍ରିୟ ଅବସ୍ଥାରେ ଥାଏ। କିନ୍ତୁ, ମସ୍ତିଷ୍କ ସକ୍ରିୟ ରହିଥାଏ। ଏଭଳି ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ।

ରାତିରେ ସୁଖ ନିଦ୍ରା ଯିବା ପାଇଁ ଅର୍ଥାତ୍‌ ଟିକିଏ ଶାନ୍ତିରେ ଶୋଇବା ପାଇଁ ସଭିଏଁ ଚାହାନ୍ତି। ଦିନର କଠୋର ପରିଶ୍ରମ ପରେ ନଷ୍ଟ ହୋଇ ଯାଇଥିବା ଟିସ୍ୟୁ ଓ ମାଂସପେଶୀଗୁଡ଼ିକର ମରାମତି ନିଦ୍ରା ସମୟରେ ହିଁ ହୋଇଥାଏ। ସକ୍ଷେପରେ କହିବାକୁ ଗଲେ ନିଦ୍ରା ଉଭୟ ଦେହ ଓ ମନ ପାଇଁ ଆହାର ସଦୃଶ।
କିନ୍ତୁ, କଥା ଏତିକିରେ ସରେ ନାହିଁ। ମଣିଷ ସୁଖ ନିଦ୍ରା ଯାଇଥିବା ବେଳେ ମଧ୍ୟ ଅନେକ ବିଚିତ୍ର ଘଟଣା ଘଟୁଥିବା ଅନୁଭବ କରେ। ବାସ୍ତବ ଜୀବନରେ ଘଟିବାର ସମ୍ଭାବନା ନ ଥିଲେ ମଧ୍ୟ ସେସବୁ ସଂକ୍ରାନ୍ତରେ ଅଧିକ ଜାଣିବାକୁ ମନ ବଳିଥାଏ।
ମନେକର, ଜଣେ ସ୍ୱପ୍ନ ଦେଖିଲା ବେଳେ ହଠାତ୍‌ ଉଠି ପଡୁଛି। କିନ୍ତୁ, ଉଠିବା ସତ୍ତ୍ୱେ ବୁଝି ପାରୁନାହିଁ କ’ଣ ଘଟୁଛି। ଏହାର ଅର୍ଥ ସେ ସ୍ୱପ୍ନ ଦେଖିବା ଭିତରେ ପୁଣି ଗୋଟାଏ ସ୍ୱପ୍ନ ଦେଖୁଛି। ଏମିତି ହେବା ବେଳେ ସେ ବ୍ୟକ୍ତି ବ୍ୟାକୁଳ ହୋଇ ଝାଳନାଳ ହୋଇ ପଡ଼େ।
ଏମିତି କାହିଁକି ହୁଏ, ତା’ର କୌଣସି ବାସ୍ତବ ଉତ୍ତର ନାହିଁ। ବୈଜ୍ଞାନିକମାନେ କହନ୍ତି ଅଧ୍ୟାତ୍ମିକ ଭାବନା ଆଡ଼କୁ ଆକର୍ଷିତ ହୋଇଥିବା ବ୍ୟକ୍ତିମାନେ ସାଧାରଣତଃ ଏମିତି ସ୍ୱପ୍ନ ଦେଖନ୍ତି।

photo-speaking tree

ଏହା ଏକ ପ୍ରକାର ନିଦ୍ରା ପକ୍ଷାଘାତ। ନିଦରେ ଚାଲିବା ବେଳେ ମସ୍ତିଷ୍କ ନିଷ୍କ୍ରିୟ ଥିଲେ ମଧ୍ୟ ଶରୀର ମାଂସପେଶୀ ସକ୍ରିୟ ଥାଏ। ଏଥିରେ ଚିନ୍ତାର କୌଣସି କାରଣ ନାହିଁ। କେବଳ ଗୋଟାଏ ଡର: ଅନ୍ଧାରରେ ଚାଲିବା ବେଳେ କେଉଁଠି ଝୁଣ୍ଟି ଆହତ ହୋଇ ପାରନ୍ତି।
ସାଧାରଣତଃ ୪. ୬ ରୁ ୧୦. ୩% ପିଲା ଏହି ନିଦରେ ଚାଲିବା ଭଳି ଅସୁବିଧାରେ ଆକ୍ରାନ୍ତ ହୋଇ ଥାଆନ୍ତି। କିନ୍ତୁ ଏହାର କାରଣ ଓ ଚିକିତ୍ସା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର