କ’ଣ କଲେ, କେଉଁ ଖାଦ୍ୟ ଖାଇଲେ ଓ କିପରି ଦିନ ବିତାଇଲେ ହ୍ରାସ ହେବ ଆପଣଙ୍କ ଓଜନ

ଠିକ୍‌ ସମୟରେ ନିୟମିତ ଖାଦ୍ୟ ଗ୍ରହଣ କଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ସାଧାରଣ ଭାବେ ଆମେ ମଧ୍ୟାହ୍ନରେ ଅଧିକ ପରିମାଣରେ ଭୋଜନ କରିଥାଉ, ଏହା ସ୍ୱାସ୍ଥ୍ୟ ଲାଗି ଜରୁରୀ। ଯଦି ଆପଣ ରାତିରେ ଅଧିକ ପରିମାଣରେ ଭୋଜନ କରିଥାଆନ୍ତି, ଏହା ସହଜରେ ହଜମ ହୁଏ ନାହିଁ । ଫଳରେ ଦେହ ଖରାପ ହୋଇଥାଏ । ଆସନ୍ତୁ ଜାଣିବା କିପରି ଭାବେ ଖାଦ୍ୟ ଖାଇଳେ ଓ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିଲେ ଓଜନ ହ୍ରାସ ହେବ।

– ଉଷୁମୁ ପାଣି ସହିତ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏହା ଓଜନ ହ୍ରାସ କରିବାରେ ସହାୟକ ହେବ ।
-ସକାଳୁ ଉଠି ବ୍ୟାୟାମ କରିବା ଉଚିତ୍‌ । ଅତି କମ୍‌ରେ ୩୦ ମିନିଟ୍‌ ଯାଏଁ କରିବା ଉଚିତ୍‌ ହେବ ।
-୫ ମିନିଟ୍‌ରୁ ୧୦ ମିନିଟ୍‌ ଯାଏଁ ଯୋଗ କରିବା ଉଚିତ୍‌ । ଯୋଗ ସହ ଧ୍ୟାନ କରିବା ଉଚିତ୍‌ । ଫଳରେ ମନ ଶାନ୍ତି ରହିଥାଏ । ଷ୍ଟ୍ରେସ୍‌ ବି କମିଯାଇଥାଏ । ଭଲ ନିଷ୍ପତ୍ତି ନେବା ଲାଗି ସ୍ପୃହା ସୃଷ୍ଟି ହୋଇଥାଏ ।
-ଦିନକୁ ତିନି ଥର ଖାଦ୍ୟ ଖାଇବା ଉଚିତ୍‌ । ସକାଳୁୁ ହାଲକା ବ୍ରେକ୍‌ଫାଷ୍ଟ କରନ୍ତୁ । ତେବେ ଏହା ସକାଳ ୭.୩୦ରୁ ୯.୩୦ ଭିତରେ ହେବା ଦରକାର। ୧୧ ଟା ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ କରନ୍ତୁ । ସନ୍ଧ୍ୟା ୫.୩୦ ରୁ ରାତି ୮ଟା ଭିତରେ ରାତ୍ରି ଭୋଜନ କରନ୍ତୁ । ରାତିରେ କମ୍‌ ପରିମାଣର ଖାଦ୍ୟ ଖାଆନ୍ତୁ ।

http://kmechawaii.org

– ଋତୁ ଅନୁସାରେ ଖାଦ୍ୟ ଚୟନ କରନ୍ତୁ । ଖରା ସମୟରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଫଳ ମିଳିଥାଏ, ଯାହା ଆମକୁ ସତେଜ ରଖିଥାଏ । ଶୀତ ସମୟରେ ପ୍ରକୃତି ଆମକୁ ବିଭିନ୍ନ ପ୍ରକାରର ପରିବା ଯଥା କୋବି, ମୂଳା, କନ୍ଦମୂଳ ଓ ଦେଶୀଆଳୁ ଆଦି ଦେଇଥାଏ । ଏହି ସମୟରେ ଡାଲି ଜାତୀୟ ଶସ୍ୟ ମଧ୍ୟ ମିଳିଥାଏ । ଯାହା ଫଳରେ ଆମେ ଥଣ୍ଡାରୁ ରକ୍ଷା ପାଇଥାଉ । ବସନ୍ତ ଋତୁରେ ସବୁଜ ପନିପରିବା ମିଳିଥାଏ, ଯାହା ଆମକୁ ଏସିଡିକ୍‌ ହେବାରୁ ରକ୍ଷା କରିଥାଏ ।
-ଆୟୁର୍ବେଦ ଅନୁସାରେ ଆମେ ଛଅ ପ୍ରକାରର ଜିନିଷର ସ୍ୱାଦ ଗ୍ରହଣ କରିଥାଉ। ସେଗୁଡିକ ହେଲା ମିଠା, ଖଟା, ଲୁଣି, ପିତା ,ରାଗ, କଷା । ଆମେରିକାନ ଡାଏଟ୍‌ରେ ମିଠା, ଖଟା, ଲୁଣି ଆଦି ଅଧିକ ରହିଥାଏ, ଯାହା ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେବେ ଆମ ଖାଦ୍ୟ ଭିତରେ ଏଥିସହ ପିତା ( କଲରା, ପିତା ଶାଗ, ନିମ୍ବ କଢ଼), କଷା ( କଦଳୀ ଭଣ୍ଡା) ଓ ରାଗ (ଲଙ୍କା) ମଧ୍ୟ ରହିଛି।
-ପ୍ରତ୍ୟେକ ଥର ଭୋଜନ ପରେ ଚାଲିବା ଉଚିତ୍‌ । ଫଳରେ ଖାଦ୍ୟ ହଜମ ହୋଇଥାଏ ।
-ଅତି କମ୍‌ରେ ୬ ରୁ ୭ ଘଣ୍ଟା ଶୋଇବା ଦରକାର । ରାତି ୧୦ ଟା ପୂର୍ବରୁ ଶୋଇବା ଉଚିତ୍‌ ।

ସମ୍ବନ୍ଧିତ ଖବର