ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ

0 3,461

ବୟସ ଅନୁପାତରେ ଶରୀରରେ ସବୁବେଳେ ନିୟନ୍ତ୍ରତ ଓଜନ ରହିବା ଆବଶ୍ୟକ । ଅନେକ ସମୟରେ ବୟସ ଅନୁପାତରେ କମ କିମ୍ବା ଅଧିକ ଓଜନ ରହିଥିବାରୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡ଼ିଥାଏ । ଏପରିକି ଅଯଥାରେ ଅନେକ ଅଜଣା ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ କେଉଁ ବୟସରେ କେତେ ଓଜନ ରହିବା ଉଚିତ୍‌ ସେ ବିଷୟରେ ଜଣାଇବୁ। ଦେଖି ରଖନ୍ତୁ ଆପଣଙ୍କର ଏହି ନିର୍ଦ୍ଧାରିତ ଓଜନରୁ କମ କି ବେଶି ରହିନାହିଁ ତ! …

ନବଜାତ ଶିଶୁମାନଙ୍କ ମଧ୍ୟରେ ଶିଶୁକନ୍ୟାର ଓଜନ ୩.୨ କିଲୋ ରହିବା ବେଳେ ଶିଶୁପୁତ୍ରମାନଙ୍କର ୩.୩ ଓଜନ ରହିବା ଆବଶ୍ୟକ । ସେହିପରି ୬ ମାସ ବେଳକୁୁ କନ୍ୟାର ଓଜନ ୫.୪ ଏବଂ ପୁତ୍ରର ଓଜନ ୬ କିଲୋ ପାଖାପାଖି ରହିବା ଆବଶ୍ୟକ ।
ଏକ ବର୍ଷରେ ପଦାପର୍ଣ କରିବା ବେଳେ ପୁଅଙ୍କ ଓଜନ ୧୦ କିଲୋ ରହିବା ବେଳେ ଝିଅଙ୍କ ଓଜନ ୯ କିଲୋ ରହିବା ଉଚିତ । ଏହା ସହ ୩-୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଓଜନ ୧୪-୧୭ କିଲୋ ମଧ୍ୟରେ ରହିବା ଆବଶ୍ୟକ।
୬ -୮ ବର୍ଷ ମଧ୍ୟର ଶିଶୁମାନଙ୍କର ଓଜନ ଉଭୟ ଝିଅ ଏବଂ ପୁଅଙ୍କର ୨୦-୨୫ କିଲୋଗ୍ରାମ ମଧ୍ୟରେ ରହିବା ଉଚିତ । ସେହିପରି ୯-୧୧ ବର୍ଷ ନାବାଳକ ଏବଂ ନାବାଳିକାଙ୍କର ୨୮-୩୨ ଓଜନ ରହିବା ଆବଶ୍ୟକ ।

thehealthsite.com

ସାଧାରଣତଃ ୧୨-୧୪ ବର୍ଷ ମଧ୍ୟରେ ପିଲାମାନଙ୍କର ଅଧିକ ମାତ୍ରାରେ ଏବଂ ବହୁତ ଶୀଘ୍ର ଓଜନ ବୃଦ୍ଧି ହେବାର ଦେଖଯାଇଥାଏ । ଏଣୁ ଏହି ସମୟରେ ଓଜନ ନିୟନ୍ତ୍ରିତ କରି ୩୭- ୪୮ ମଧ୍ୟରେ ରଖିବା ଉଚିତ । ୧୭ ବର୍ଷ ବୟସରେ ଉଚ୍ଚତା ହିସାବରେ ଶରୀରର ଓଜନ ରହିବା ଆବଶ୍ୟକ । ତଥାପି ଓଜନ ୫୪- ୬୨ କିଲୋ ପର୍ଯ୍ୟନ୍ତ ରହିବା ଆବଶ୍ୟକ ।
୩୦ -୩୯ ବର୍ଷ ବୟସ ମଧ୍ୟରେ ଉଦ୍ଭୟ ମହିଳା ଏବଂ ପୁରୁଷଙ୍କ ଓଜନ ୫୫-୭୫ କିଲୋଗ୍ରାମ ମଧ୍ୟରେ ରହିବା ଅବଶ୍ୟକ । ଏହା ସହ ୪୦-୬୦ ପ୍ରାପ୍ତବୟସରେ ମଧ୍ୟରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ଏରୁ ଏହି ସମୟରେ ଉପଯୁକ୍ତ ପୋଷକ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ସହ ଓଜନ ୭୬- ୯୦ କିଲୋଗ୍ରାମ ରହିବା ଆବଶ୍ୟକ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.