ଶୀତ ଋତୁରେ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ ,ଜାଣନ୍ତୁ କାହିଁକି

ଶୀତ ଋତୁରେ ଜୀବନଶୈଳୀରେ କେତେକ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏହି ସମୟରେ ଅଧିକ ସତର୍କ ନ ରହିଲେ ଦେହ ଖରାପ ହେବାର ଆଶଙ୍କା ରହିଛି । ବିଶେଷ କରି ମଧୁମେହ, ହୃଦ୍‌ରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ ଶରୀରରେ ରକ୍ତ ଧମନିରେ ଜୋରରେ ଗତି କରିପାରେ ନାହିଁ । ଏଣୁ ଶୀତ ଋତୁରେ ତୈଳ, ଘିଅ ଓ ଲହୁଣୀ ଜାତୀୟ ପଦାର୍ଥ ସେବନରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଥାଏ । ନିଜକୁ ଗରମ କରିବା ପାଇଁ ପ୍ରତ୍ୟହ ବ୍ୟାୟାମ କରିବା ଏକାନ୍ତ ଆବଶ୍ୟକ ବୋଲି ଚିକିତ୍ସକମାନେ ପରାମର୍ଶ ଦିଅନ୍ତି । ମଦ୍ୟପାନ ସଂପୂର୍ଣ୍ଣ ତ୍ୟାଗ କରିବା ଉଚିତ ।

photo-dailymailuk

ଶୀତ ଋତୁ ରେ ଲୁଣ ମଧ୍ୟ କମ୍‌ ଖାଇବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି କହିଛନ୍ତି ଚିକିତ୍ସିକ । କାରଣ ଶୀତ ଋତୁରେ ଶରୀରରୁ କମ୍‌ ପରିମାଣରେ ଝାଳ ନିଷ୍କାସିତ ହୋଇଥାଏ । ଏହା ଫଳରେ ରକ୍ତଚାପର ସମସ୍ୟା ଅଧିକ ଜଟିଳ ହୋଇଥାଏ । ଉଚ୍ଚ ରକ୍ତଚାପ ରେ ପୀଡ଼ିତ ବ୍ୟକ୍ତିମାନେ ଏଥିପାଇଁ ଲୁଣର ପ୍ରୟୋଗ କମ୍‌ ହେବା ଆବଶ୍ୟକ ଯେ ରକ୍ତଚାପ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା ବଢି ଯାଇଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଶୀତ ଋତୁରେ ତେଲ ଲଗାଇ ସ୍ନାନ କରିବା ବି ଜରୁରୀ, କାରଣ ଏହାଦ୍ୱାରା ଶରୀରର ତ୍ୱଚା ସୁସ୍ଥ ରହିଥାଏ ଏବଂ ସହଜରେ କୌଣସି ଅଙ୍ଗ ଫାଟେ ନାହିଁ।

ସମ୍ବନ୍ଧିତ ଖବର