ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବରରେ ଥିବା ୩ଟି ହାଟକୁ ସ୍ଥାନାନ୍ତର କରାଯାଇଛି। ଲିଙ୍ଗରାଜ ହାଟ ଲିଙ୍ଗରାଜ ମାର୍କେଟ୍ ନିକଟ ରାସ୍ତାକଡ଼ରେ ବସିବ। ସେହିପରି ନାଗେଶ୍ବର ମନ୍ଦିର ରସ୍ତାକଡ଼ରେ ନାଗେଶ୍ବର ହାଟ ଓ ସାମନ୍ତରାପୁର ମୁଖ୍ୟ ରାସ୍ତା କଡ଼ରେ ସାମନ୍ତରାପୁର ହାଟ ବସିବ। ଅପରପକ୍ଷେ ସୁନ୍ଦରପଦା ହାଟକୁ ଏକାମ୍ର କଲେଜ ନିକଟ ମୁଖ୍ୟ ରାସ୍ତାକଡ଼କୁ ସ୍ଥାନାନ୍ତର କରାଯାଇଛି। ଏହି ହାଟଗୁଡ଼ିକ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ବେଳେ ୮ଫୁଟ୍ ଦୂରତାରେ ବସିବା ପାଇଁ ପୁଲିସ କହିଛି। ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏପରି କରାଯାଇଛି। ଅନ୍ୟପଟେ ପୁରୁଣା ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରକଡ଼ରେ ମନ୍ଦିର ପ୍ରଶାସନ ଅଧୀନରେ ଥିବା ସପ୍ତାହିକ ହାଟରେ ଭିଡ଼ ହେଉଥିବାରୁ ଏହି ହାଟକୁ ଦୈନିକ ହାଟ ଘୋଷଣା କରିବାକୁ ଦାବି କରାଯାଇଛି। ଫଳରେ ଲୋକଙ୍କ ଭିଡ଼ ହେବ ନାହିଁ ଦାବି କରି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ବିଏମ୍ସି କମିସନରଙ୍କ ପାଖରେ ଅଭିଯୋଗ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ହାଟକୁ ଏବେ ରସ୍ତାକଡ଼କୁ ହଟା ଯାଇଛି।