ଏଡ୍‌ସ କାରଣ ଓ ନିବାରଣ ସମ୍ପର୍କିତ ଆଲୋଚନାଚକ୍ର

ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜରେ ଓସାକ୍ସ ପକ୍ଷରୁ ଏଚ୍‌ଆଇଭି ଏଡସ୍‌ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ରେଡ୍‌ ରିବନ କ୍ଲବ୍‌ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲା। ଏଥିରେ ରମାଦେବୀ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସୁଶୀଲ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡା. ଗୌରାଙ୍ଗ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏଚ୍‌ଆଇଭି ଏଡସ୍‌ର ବିଭିନ୍ନ ଦିଗ ଓ ଏହାର ପ୍ରତିକାର ସମ୍ପର୍କରେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଲେଜର ଉପାଧ୍ୟକ୍ଷ ହଟକେଶ୍ୱର ସେନାପତି ଯୋଗ ଦେଇ ସଭା ପରିଚାଳନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଦାଶିବ ସ୍ୱାଇଁ ଓ ଅଶୋକ କୁମାର ଗୋଚ୍ଛା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ତଥା ରେଡ୍‌ ରିବନ କ୍ଲବର ମୁଖ୍ୟ ପ୍ରବୀଣ କୁମାର ସାହୁ ପରିଚାଳନା କରିଥିଲେ। ଏଥିରେ ଅଧ୍ୟାପକ ସୁବ୍ରତ ସେଠୀ, ସନତ ଦାସ, ରମେଶ ଚନ୍ଦ୍ର ବେହେରା, ହିମାଞ୍ଜଳି ଭୂୟାଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା, ପିଣ୍ଟୁ, ଅର୍ପିତା, ସୋନାଲି, ସଙ୍ଗୀତା, ବିକାଶ, ସିଦ୍ଧାର୍ଥ, ମାମାଲି, ପ୍ରଜ୍ଞା, ନନ୍ଦିତା, ହେମନ୍ତ, ଶିବରାମ ପ୍ରମୁଖ ସହଯୋଗ କରିଥିଲେ। ଅଧ୍ୟାପକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର