ପଂଜୀକରଣ ସମସ୍ୟା ତୁରନ୍ତ ସମାଧାନ କର, ତାତିଲା ଘରୋଇ ମେଡିକାଲ୍‌ ଫୋରମ

ଭୁବନେଶ୍ବର: ଘରୋଇ ଡାକ୍ତରଖାନା ଫୋରମ୍‌ର କାର୍ଯ୍ୟକାରିଣୀ ବୈଠକ ଆଇଏମ୍‌ଏ ଭବନରେ ଅନୁଷ୍ଠିତ ହୋଇଯାଇଛି। ସ˚ପ୍ରତି ଘରୋଇ ହସ୍ପିଟାଲ୍‌ କ୍ଷେତ୍ରରେ ପ˚ଜୀକରଣ ଜନିତ ସମସ୍ୟା ଲାଗି ରହିଥିଲେ ହେଁ ଏହାର ସମାଧାନ କରାଯାଉ ନାହିଁ। ସରକାର ମଧୢ ଘରୋଇ ଚିକିତ୍ସାଳୟର ବାକି ଥିବା କୋଟିକୋଟି ଟଙ୍କାର ପ୍ରାପ୍ୟ ଦେଉନାହାନ୍ତି। ଏନେଇ ବୈଠକରେ ଯୋଗଦେଇଥିବା ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ଯଦି ସରକାର ସେମାନଙ୍କ ଦେୟ ୧୫ ଦିନ ମଧୢରେ ନ ଦିଅନ୍ତି, ବୀମାରେ ଦିଆଯାଉଥିବା ଅର୍ଥରାଶିକୁ ଅନ୍ୟ ରାଜ୍ୟ ଭଳି ସ˚ଶୋଧନ ନକରନ୍ତି ଏବଂ ଘରୋଇ ଡାକ୍ତରଖାନାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ ନକରନ୍ତି ତେବେ କୌଣସି ଘରୋଇ ଡାକ୍ତରଖାନା ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟାଧିକାରୀଙ୍କ ଦ୍ବାରା ଚାଲିଥିବା ଏମ୍‌ଓୟୁ ସ୍ବାକ୍ଷର କରାଯିବ ନାହିଁ। ଯେଉଁମାନେ ବି ସ୍ବାକ୍ଷର କରିଛନ୍ତି ସେମାନେ ପ୍ରତ୍ୟାହାର କରିନେବେ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଘରୋଇ ଡାକ୍ତରଙ୍କ ଏହି ବୈଠକରେ ସଭାପତି ଅଜୟ କୁମାର ମିଶ୍ର, ଉପସଭାପତି ଜଗନ୍ନାଥ ମହାପାତ୍ର, କୃପାସିନ୍ଧୁ ପଣ୍ତା, ସୁବ୍ରତ ଜେନା, ସମ୍ପାଦକ ଇନ୍ଦ୍ରମଣି ଜେନା, ଦେବଦତ୍ତ କୁମାର ସାହୁ ଏବ˚ ଜିଲ୍ଲାସ୍ତରୀୟ ପ୍ରତିନିଧିମାନେ ଯୋଗଦେଇ ମତାମତ ରଖିଥିଲେ।

ସମ୍ବନ୍ଧିତ ଖବର