ସିମ୍‌ରକ୍‌ ଚେରିସ୍‌ ସ୍କୁଲ୍‌ର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର : ଆଜି ରଘୁନାଥପୁରସ୍ଥିତ ଡି.ବାଟିକାରେ ସିମ୍‌ରକ୍‌ ଚେରିସ୍‌ ସ୍କୁଲ୍‌ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଡ. ନମିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନିକୁନି ପିଲାମାନଙ୍କ ଅଭିଭାବକମାନଙ୍କୁ ପିଲାଙ୍କ ଯତ୍ନନେବା ପାଇଁ ପ୍ରେରଣା ଦେଇଥିଲେ। ଅନୁଷ୍ଠାନର ନିର୍ଦେଶିକା ଦେବଜାନୀ ମହାନ୍ତି ପିଲାଙ୍କ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅଭିଭାବକମାନଙ୍କୁ ବୁଝାଇଥିଲେ। ଏହି ସମୟରେ ଜୈନୀ ମହାନ୍ତି ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ୍‌ ମହଗିର୍‌ ଅତିଥିଭାବେ ଯୋଗଦେଇଥିବା ବେଳେ କୁନିକୁନି ପିଲାମାନେ ବିଭିନ୍ନ ପ୍ରକାର ନୃତ୍ୟ ଓ ଗୀତ ବୋଲି ଅତିଥିମାନଙ୍କୁ ମନୋରଂଜନ କରାଇଥିଲେ। ଶେଷରେ ସଂଜୀବ କୁମାର ମହନ୍ତି ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଶିକ୍ଷାନୁଷ୍ଠାନର ଉତ୍ତରାତ୍ତୋର କାମନା କରିଥିଲେ।

ସମ୍ବନ୍ଧିତ ଖବର