ଶତାଧିକ ଗରିବଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର: ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍ ପକ୍ଷରୁ ଦରିଦ୍ର ନାରାୟଣ ସେବା କରାଯିବା ସହ କମ୍ବଳ ବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ଶ୍ରୀବିହାରସ୍ଥିତ ଷଷ୍ଠ ଆଭିନ୍ୟୁ ଆପାର୍ଟମେଣ୍ଟ୍‌ କମ୍ୟୁନିଟି ସେଣ୍ଟରରେ ଶତାଧିକ ଗରିବ ବ୍ୟକ୍ତିବିଶେଷଙ୍କୁ କମ୍ବଳ ବଣ୍ଟା ଯାଇଥିଲା। ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ଟ୍ରଷ୍ଟ୍‍ର ପ୍ରତିଷ୍ଠାତ୍ରୀ ସୁଭଦ୍ରା ଦେବୀ, ସମାଜସେବୀ ଯୋଗମାୟା ଆଚାର୍ଯ୍ୟ, କଳିଙ୍ଗ ବିଶ୍ୱବିଦ୍ୟାଳୟର କୁଳପତି ଡ.ଜଗନ୍ନାଥ ପଟ୍ଟନାୟକ, ‘ସମାଜ’ର ପରିଚାଳକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଡ.ଅଭିଜାତ ମିଶ୍ର, ଇଂ ସଂଗ୍ରାମ କେଶରୀ ମହାନ୍ତି, ଟ୍ରଷ୍ଟ୍‍ର ଅଧ୍ୟକ୍ଷ ଡ.ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସେବା ଦେବା ସହ କମ୍ବଳ ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର