ରେଭେନ୍ସା ଇଷ୍ଟ ହଷ୍ଟେଲରୁ ୪୨୨ ୟୁନିଟ୍‌ ରକ୍ତ ସଂଗୃହୀତ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ‘ଇଷ୍ଟ’ ହଷ୍ଟେଲ୍‌ ଓ ‘ସମ୍ବାଦ-ଆମ ଓଡିଶା’ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ହଷ୍ଟେଲ ପରିସରରେ ଆୟୋଜିତ ଶିବିରରେ ମୋଟ ୪୨୨ ୟୁନିଟ୍‌ ରକ୍ତସ˚ଗ୍ରହ କରାଯାଇଛି। ସିଏମ୍‌ସି କମିସନର ଅନନ୍ୟା ଦାସ, ବିଶ୍ବବିଦ୍ୟାଳୟ କୁଳସଚିବ ଅଶୋକ କୁମାର ଦାସ, ବିଜୁ ଯୁବ ଜନତା ମହାସଚିବ ଶିଶିର ପରିଜା, ଛାତ୍ର ନେତା ସ୍ମୃତି ର˚ଜନ ନାୟକ, ପ୍ରକାଶ ଦାସ, ହଷ୍ଟେଲ ଵାର୍ଡେନ ଡକ୍ଟର ପୂର୍ଣ୍ଣେନ୍ଦୁ ପାଢୀ ପ୍ରମୁଖ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରତିବର୍ଷ ରେଭେନ୍ସା ‘ଇଷ୍ଟ’ ହଷ୍ଟେଲ୍‌ ଓ ‘ସମ୍ବାଦ’ ଆମ ଓଡ଼ିଶା ମିଳିତ ସହଯୋଗରେ ଯୁବ ସ୍ବାଭିମାନ ଦିବସରେ ହଷ୍ଟେଲ୍‌ରେ ରକ୍ତିଦାନ ଶିବିର ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ଯୁବ ସ୍ବାଭିମାନ ଦିବସ ଅଗଷ୍ଟ ୧୮ ତାରିଖ ରବିବାର ପଡିଥିବାରୁ ସେହି ଶିବିରକୁ ଘୁଞ୍ଚାଇ ଦିଆଯାଇଥିଲା। ଗତବର୍ଷ ହଷ୍ଟେଲ ପକ୍ଷରୁ ଅଗଷ୍ଟ ୧୮ରେ ୩୭୭ ୟୁନିଟ୍‌ ରକ୍ତ ସ˚ଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର