ଏଏସ୍‌ବିଏମ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସ୍ଥାନୀୟ ଚନ୍ଦକାସ୍ଥିତ ଏଏସ୍‌ବିଏମ୍‌ ପକ୍ଷରୁ ଆଚିଭର୍ସ ଡେ ‘ମୂର୍ଚ୍ଛନା’ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୮୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଯାଇଅଛି। ‘ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ ଏଏସ୍‌ବିଏମ୍‌ର ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ପ୍ରଫେସର୍‌ ଡ. ବିଶ୍ୱଜିତ ପଟ୍ଟନାୟକ, ଡିନ୍‌ ତଥା ପ୍ରଫେସର କଲ୍ୟାଣ ଶଙ୍କର ରାୟ ଏବଂ ପ୍ରଫେସର ଡ. ମନ୍ମଥ ନାଥ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରଫେସର ଭକ୍ତବନ୍ଧୁ ଦାଶ ଶିବିର ସଂଯୋଜନା ଓ ପରିଚାଳନା କରିଥିଲେ। ଅନୁଷ୍ଠାନର ସହକର୍ମୀ ଓ ଛାତ୍ରଛାତ୍ରୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। କଟକ କେନ୍ଦ୍ରୀୟ ରକ୍ତଭଣ୍ଡାର ସହକର୍ମୀମାନେ ଏହି ଶିବିରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରକାଶଥାଉକି ଶିକ୍ଷାଦାନ ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟକୁ ୨୦୦୬ ମସିହାଠାରୁ ନିରବଚ୍ଛିନ୍ନଭାବେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇ ଆସୁଅଛି।

ସମ୍ବନ୍ଧିତ ଖବର