କାର-ଅଟୋ ମୁହାଁମୁହିଁ, ୨ଗୁରୁତର

ମାଷ୍ଟର ମାଇଣ୍ଡ ରିଙ୍କୁ ଓ ରକି ଫେରାର୍‌

ବାଲିପାଟଣା,: ବାଲିପାଟଣା ଥାନା ଅନ୍ତର୍ଗତ ମଧୁବନ ଛକ ଭୋଇସାହି ନିକଟରେ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଏକ କାର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଅଟୋଟି ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ବିପରୀତ ଦିଗରୁ କାରଟି ଭୁବନେଶ୍ୱରରୁ ଗୋପ ଫେରୁଥିଲା। ଧକ୍କା ଏତେ ଜୋର୍‌ ଥିଲା ଯେ ଅଟୋଟି ଚୂରମାର ହୋଇଯାଇଛି। ଅଟୋରେ ଥିବା ୨ଜଣ ଯାତ୍ରୀ ଓ କାରରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପିସିଆର ଭ୍ୟାନ୍‌ରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ବାଲିପାଟଣାରୁ ଅଟୋ(ଓଡି-୩୩-ଜେ-୮୭୧୬)ଟି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିଲା। ବିପରୀତ ଦିଗରୁ ଭୁବନେଶ୍ୱରରୁ ଗୋପ ଫେରୁଥିବା ଓ୍ଵାଗନଆର କାର୍‌(ଓଡ଼ି-୦୨-ପି-୭୪୮୧)ସହ ମଧୁବନ ଭୋଇସାହି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅଟୋରେ ଥିବା ଦେଉଳିଧରପୁରର ପ୍ରଭାତି ପାଟ୍ଟଶାଣୀ(୪୫)ଗୁରୁତର ଆହତ ହୋଇଥିବା ବେଳେ ବାଲିପାଟଣା ବ୍ଲକ୍‌ ଛକର ରୋସନ୍‌ ରଥ(୨୫)ବି ଆହତ ହୋଇଛନ୍ତି। ସେହିପରି କାରରେ ଥିବା ଗୋପ ଥାନା ଭଇରିପୁର ଗ୍ରାମର ତୀର୍ଥବାସୀ ରଥ(୫୮) ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବାଲିପାଟଣା ଥାନା ପିସିଆର ଇନ୍‌ଚାର୍ଜ ସୌମେନ୍ଦ୍ର ପାତ୍ର ଓ ଅନ୍ୟ କର୍ମଚାରୀ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଭାତିଙ୍କ ଅବସ୍ଥା ଗୁରୁତର ହୋବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାଲିପାଟଣା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ୨ଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର