କେୟାର ହସ୍‌ପିଟାଲ୍‌ରେ ୧୧ ମାସ ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର, : ଭୁବନେଶ୍ୱରସ୍ଥିତ ପ୍ରାଚୀ ଏନ୍‌କ୍ଲେଭ୍‌ସ୍ଥିତ କେୟାର ହସ୍‌ପିଟାଲ୍‌ରେ ଏକ କଠିନ ଅସ୍ତ୍ରୋପଚାରରେ ଆଜି ସଫଳତା ମିଳିଛି। ଜଣେ ୧୧ ମାସର ଶିଶୁ ଗଳାର ଅସ୍ତ୍ରୋପଚାର ପରେ ଏକ ୫ ଟଙ୍କିଆ କଏନ୍‌ ବାହାର କରିବା ସମ୍ଭବ ହୋଇଛି। ହସ୍‌ପିଟାଲ୍‌ର କର୍ଣ୍ଣ ନାସା ଓ ଗଳା ବିଭାଗର ମୁଖ୍ୟ ଡାକ୍ତର ମନୋଜ ଲାଠଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର