‘ମୋ ବସ୍’ରେ ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କୁନି ପିଲାକୁ ଅଟୋଗ୍ରାଫ୍ ଦେଲେ, ଯାତ୍ରୀମାନଙ୍କ ସହ ସେଲ୍ଫି ନେଲେ

ଅନୁଭୂତି ବଖାଣିଲେ ଯାତ୍ରୀ

ଭୁବନେଶ୍ୱର : ‘ମୋ ବସ୍’କୁ ବର୍ଷେ ପୂର୍ତ୍ତି ଅବସରରେ ବସରେ ମନ ଜିଣିଲେ ମୁଖ୍ୟମନ୍ତ୍ରୀ। ସାଧାରଣ ଯାତ୍ରୀଙ୍କ ସହ ଭୁବନେଶ୍ୱର ବିମାନବନ୍ଦରରୁ ଲୋକସେବା ଭବନ ଅଭିମୁଖେ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ବସରେ ଥିବା ଯାତ୍ରୀମାନଙ୍କ ସହ କଥା ହୋଇ ସେଲ୍ଫି ନେଇଛନ୍ତି ଆଉ କୁନି କୁନି ପିଲାମାନଙ୍କୁ ଅଟୋଗ୍ରାଫ୍ ଦେଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତା ବାଣ୍ଟିଛନ୍ତି ନବୀନ ।

ସବୁଠାରୁ ବଡ଼କଥା ହେଲା ରାଜ୍ୟର ମୁଖିଆ ହୋଇଥିଲେ ବି ସେ ମଧ୍ୟ ସାଧାରଣ ନାଗରିକଙ୍କ ଭଳି ବସ୍ ଟିକେଟ ପାଇଁ ୧୦ ଟଙ୍କା ଦେଇ ବସରେ ଯାତ୍ରା କରିଥିଲେ । ଆଉ ସେହି ସମୟରେ ବସ୍ ରେ ଥିବା ଅନେକ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ନିକଟରେ ପାଇଁ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । ଏପରିକି ନିଜର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ବାର୍ତ୍ତାଳାପ କରି ନିଜର ସମସ୍ୟା ବିଷୟରେ ଅବଗତ କରାଇଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରୁ ବିଏସସି ଛାତ୍ରୀ ସଞ୍ଜିତା ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସିଟରେ ବସି ଯାତ୍ରା କରିଥିଲେ । ଆଉ ସେ ମୁଖ୍ୟମନ୍ତ୍ରୀଙ୍କୁ ଅତି ନିକଟରେ ପାଇ ପାଠ୍ୟକ୍ରମ ସମ୍ବନ୍ଧୀୟ ସୁଯୋଗ ବିଷୟରେ ନିଜ ଅନୁଭୂତି ବଖାଣି ଥିବା କହିଛନ୍ତି ।

ମୋ ବସରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହେଲେ ଛାତ୍ରୀ ।

#ମୋ_ବସରେ_ମନ_ଜିଣିଲେ_ମୁଖ୍ୟମନ୍ତ୍ରୀ । ମୋ ବସରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହେଲେ ଛାତ୍ରୀ । ଶୁଣନ୍ତୁ ତାଙ୍କ ମୁହଁରୁ ସେହି ମୁହୂର୍ତ୍ତର ଘଟଣା । CMO Odisha #MoBus #Odisha

Publiée par Kanak News sur Mercredi 6 novembre 2019

ସେହିପରି ଅନେକ ଯାତ୍ରୀ ନବୀନଙ୍କ ସହ ବେଶ୍ ଖୁଲମଖୁଲା ଭାବେ ମିଶି ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନସ୍ଥିତ ଲୋକସେବା ଭବନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଆଉ ଏହାରି ମଧ୍ୟରେ ଏକ କୁନି ପିଲା ସହିତ ମୁଖ୍ୟମନ୍ତ୍ରୀ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି। ଏପରିକି ସେ କୁନି ପିଲାକୁ ଅଟୋଗ୍ରାଫ୍ ଦେଇଥିବା ଦେଖିବାକୁ ମିଳିଥିଲା । ଏହାସହ ‘ମୋ ବସ୍’ରେ ସେବା କିଭଳି ମିଳୁଛି ସେନେଇ ଯାତ୍ରୀଙ୍କୁ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ବୋଲି ଦେଖିବାକୁ ମିଳିଛି ।

CRUT

ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ବର୍ଷକ ପୂର୍ବେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି । ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନା ବର୍ଷକ ମଧ୍ୟରେ ଗମନା ଗମନ କ୍ଷେତ୍ରରେ ଅନେକ ସହାୟକ ହୋଇଥିବା ଦେଖିବାକୁ ମିଳିଛି । ପିଲାଠୁ ବୟସ୍କ ଏବଂ ମହିଳାଙ୍କ ସମେତ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏହି ଯୋଜନା ଅନେକ ସଫଳ ହୋଇଛି ।

ସମ୍ବନ୍ଧିତ ଖବର