ଶେଷ ହେଲା ରେଡିଓ ଚକ୍‌ଲେଟ୍‌ର ‘ଖେଳ ଟିକେ ଅଲଗା’

ଭୁବନେଶ୍ବର: ଓଡ଼ିଶାର ନିଜର ପ୍ରଥମ ଘରୋଇ ଏଫ୍ଏମ୍ ଚ୍ୟାନେଲ୍‌ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରଶ୍ନୋତ୍ତର ଭିତ୍ତିକ କାର୍ଯ୍ୟକ୍ରମ ‘ଖେଳ ଟିକେ ଅଲଗା’ ଶେଷ ହୋଇଯାଇଛି। କାର୍ଯ୍ୟକ୍ରମଟିକୁ ପ୍ରତିଦିନ ଅପରାହ୍‌ଣ ୫ଟାରୁ ୬ଟା ଯାଏଁ ପରିଚାଳନା କରୁଥିଲେ ଆର୍‌ଜେ ଅନିଲ୍, ଆର୍‌ଜେ କୋମଲ। ରେଡିଓ ଚକ୍‌ଲେଟ୍‌ର ଫେସବୁକ୍ ପେଜ୍‌ରେ ମଧ୍ୟ ପ୍ରତ୍ୟେକ ଦିନ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୋତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ସମସ୍ତ ବିଜେତାଙ୍କୁ ଆଜି ରେଡିଓ ଚକଲେଟ୍‌ ଷ୍ଟୁଡିଓକୁ ଆମନ୍ତ୍ରଣ କରାଯାଇଥିଲା। ସମସ୍ତ ବିଜେତାଙ୍କୁ ୱାଡ୍‌ୱିଜ୍‌ର ରିଜିଓନାଲ୍‌ ସେଲ୍‌ସ ମ୍ୟାନେଜର୍‌ ଆଲୋକ ଦାସ ଓ ଏରିଆ ସେଲ୍‌ସ ମ୍ୟାନେଜର ପ୍ରଶାନ୍ତ କୁମାର ମହାରାଣା ଉପସ୍ଥିତ ରହି ଏକ ୱାଡ୍‌ୱଜ୍‌ ଆଣ୍ଟିଭାଇରସ କିଟ୍ ଏବଂ ଅନ୍ୟାନ୍ୟ ଉପହାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଆର୍‌ଜେ ଅନିଲ୍ , ଆର୍‌ଜେ ନିଲ୍ ଓ ସତ୍ୟ। ‘ଖେଳ ଟିକେ ଅଲଗା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଶ୍ରୋତାମାନଙ୍କୁ ଟିମ୍‌ ଚକ୍‌ଲେଟ୍‌ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର