ନନ୍ଦନକାନନ ଧଳା ବାଘ ‘ସମ୍ରାଟ’ ଘରେ ମଗର କୁମ୍ଭୀର, କର୍ତ୍ତୃପକ୍ଷ ଛାନିଆ

ବାରଙ୍ଗ/ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଥିବା ଧଳା ବାଘ ‘ସମ୍ରାଟ’ ଏନକ୍ଲୋଜରରେ ମଙ୍ଗଳବାର ମଗର କୁମ୍ଭୀର ଦେଖାଯାଇଛି। ବାଘ ଏନ୍‌କ୍ଲୋଜରରେ କୁମ୍ଭୀର ଦେଖାଯିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। କର୍ତ୍ତୃପକ୍ଷ ତରଫରୁ କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ତତ୍ପରତା ପ୍ରକାଶ ପାଇଥିବା ବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଛାନିଆ ହୋଇ ପଡ଼ିଛନ୍ତି।

ବାଘ ଏନ୍‌କ୍ଲୋଜରରେ କୁମ୍ଭୀର ଥିବା ଜଣାପଡ଼ିବା ପରେ ଅଧିକାରୀ ଓ କର୍ମଚାରୀମାନେ ଛାନିଆ ହୋଇପଡ଼ିଥିଲେ। କୁମ୍ଭୀରକୁ ଉଦ୍ଧାର କରାଯିବା ପାଇଁ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ଉଦ୍ଧାର ହୋଇପାରି ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ କୁମ୍ଭୀର ଶାବକ କୌଣସି ପ୍ରକାରେ ବାଘ ଏନକ୍ଲୋଜରେ ରହି ଆସୁଛି। ମାତ୍ର କର୍ତ୍ତୃପକ୍ଷ ଏବାବଦରେ ଅବଗତ ନଥିଲେ। କୁମ୍ଭୀର ଶାବକ ସାମାନ୍ୟ ବଡ଼ ହୋଇଯିବା ପରେ ଆଜି ଜଣାପଡ଼ିଛି। ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି, କୁମ୍ଭୀରଟି ଏନ୍‌କ୍ଲୋଜର କଡ଼ରେ ଥିବା ପାଣି ନାଳରେ ଛୋଟ ବେଳୁ ରହିଥିଲା। ବାଘ ପ୍ରତି କୌଣସି ବିପଦ ନାହିଁ।

ସମ୍ବନ୍ଧିତ ଖବର