ପଞ୍ଚମ ରାଜ୍ୟସ୍ତରୀୟ ମଧୁକଥା ସମାରୋହ

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସନ୍ଧାନ ଓ ଜୟ ଓଡ଼ିଶାର ମିଳିତ ପ୍ରୟାସ ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ଆଜି ରାଜ୍ୟସ୍ତରୀୟ ‘ମଧୁକଥା ସମାରୋହ’ ସ୍ଥାନୀୟ ସ୍କାଉଟ ଗାଇଡ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମଧୁକଥା ପରିବେଷଣ। ଯୁବ କଥାକାର ବିକ୍ରମ ନାୟକ ମଧୁବାବୁଙ୍କ ଜୀବନର ଅନେକ ପ୍ରେରଣାଦୀପ୍ତ ଘଟଣାବଳୀକୁ ଦର୍ଶକମାନଙ୍କ ନିକଟରେ ପରଷି ଦେଇଥିଲେ। ସଭା ମଝିରେ ମଝିରେ ଗୀତିକାର ହରପ୍ରସାଦ ମହାପାତ୍ର, ଦୀପିକା ମହେଶ୍ୱରୀ ଓ ବିକ୍ରମ ମହାପାତ୍ର ମଧୁବାବୁଙ୍କ ରଚିତ କବିତା ଗାନ କରି ଲୋକଙ୍କ ମନରେ ମଧୁବାବୁଙ୍କ ସ୍ମୃତି ପୁର୍ନବାର ଜୀବିତ କରି ଦେଉଥିଲେ। ସ୍ୱାଭିମାନ ଦିବସ ଅବସରରେ ପିଲାମାନେ ସକାଳୁ ମଧୁସୂଦନ ଦାସଙ୍କ ସମ୍ପର୍କିତ ବିଷୟବସ୍ତୁ ଉପରେ ଗପ, କୁଇଜ୍‌, ଚିତ୍ରାଙ୍କନ, ଏକକ ଅଭିନୟ ଇତ୍ୟାଦିରେ ଭାଗ ନେଇଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂ ଶ୍ରୀକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ଭବାନୀ ଚରଣ ପଟ୍ଟନାୟକ, ସଂଗ୍ରାମ ପାଇକରାୟ, ପ୍ରକାଶ ରଥ, ପଦ୍ମକର ଗୁରୁ, ନିଲକମଲ୍‌ ମହାନ୍ତି ଓ ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ପ୍ରତିଯୋଗିତାର ବିଚାରକ ଭାବେ ପ୍ରହଲ୍ଲାଦ ସିଂହ, ଶରତ ସମ୍ରାଟ, ଚିତ୍ତରଂଜନ ମହାନ୍ତି, ଦୀଲ୍ଲିପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସାଲିଆ ସାହି ଓ ସୁଭଦ୍ରା ମହତାବ ଶିଶୁ ଆଶ୍ରମର ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ପିଲାମାନଙ୍କ ମଧ୍ୟରେ ମଧୁବାବୁଙ୍କ ପ୍ରତି ଭଲ ପାଇବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଭଲ ମଣିଷ ହେବାକୁ କାର୍ଯ୍ୟକ୍ରମ ଆୟୋଜକ ସଦସ୍ୟ ମହମ୍ମଦ ଇମ୍ରାନ୍‌ ଅଲ୍ଲୀ କହିଛନ୍ତି। ସନ୍ଧାନର ଶ୍ରୀ ସୋମ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରତ୍ନାକର ସାହୁ ପରିଚାଳନା କରିଥିଲେ। ପ୍ରଣତି ସାହୁ, ଚିତ୍ତ ମହାନ୍ତି, ରତ୍ନାକର ମହାନ୍ତି, ସରିତ୍‌ ମହାପାତ୍ର, ମିଲି, ସନ୍ତୋଷ, ସତ୍ୟରଂଜନ, ସମ୍ବିତ ନନ୍ଦ ଓ ଅନ୍ୟମାନେ ସଭାରେ ଉପସ୍ଥିତ ଥିଲେ। ଜୟ ଓଡ଼ିଶା ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

କଂଗ୍ରେସ ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତୀ ପାଳିତ ହୋଇଛି। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ରାଜଭବନ ଛକରେ ଥିବା ମଧୁସୂଦନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି। କଂଗ୍ରେସ ନେତା ସୁରେଶ ରାଉତରାୟ, ଶିବାନନ୍ଦ ବାଗ, ସେକ ମତଲୁବ୍‌ ଅଲ୍ଲୀ, ରତିକାନ୍ତ ମହାପାତ୍ର, କୈଳାସ ଆଚାର୍ଯ୍ୟ, ବଟକୃଷ୍ଣ ତ୍ରିପାଠୀ, ବିଭୁପ୍ରସାଦ ତରାଇ, ସୁମିତ୍ରା ଜେନା, ବସନ୍ତ ଦାସ, ମନୋରଞ୍ଜନ ଦାଶ, ଚିତ୍ରଲେଖା ମହାନ୍ତି, କିରଣ ସାହୁ ପ୍ରମୁଖ ଯୋଗଦେଇ ମଧୁସୂଦନଙ୍କ ସ୍ମୃତିଚାରଣ କରିବା ସହ କଂଗ୍ରେସକୁ ବୁଥ୍‌ସ୍ତରରୁ ସୁଦୃଢ଼ କରିବାକୁ ଶପଥ ନେଇଛନ୍ତି। ପଦ୍ମାକର ଗୁରୁ ଧନ୍ୟବାଦ ଦେଇଥିଲେ। ଡ. ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ସମୀର ରାଉତରାୟ, କିଶୋର ଜେନା, ବୀଣାପାଣି ସାମଲ, ସନତ ଦାସ, ସ୍ୱାଧୀନବାଳା ଦାସ, ଶ୍ରୀନିବାସ ରାଉତରାୟ, ରତ୍ନାକର ବେହେରା, ହଳଧର ସେଠୀ, ବିକ୍ରମ ସାହୁ, ଦୀପା ଚୌଧୁରୀ, ରଜତ ଚୌଧୁରୀ, ଜୟଶ୍ରୀ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ବିଶ୍ୱଭୂଷଣ ଦାସ, ସତ୍ୟବ୍ରତ ନାୟକ, ସନ୍ତୋଷ ଲେଙ୍କା, ଆଲୋକ ମହାନ୍ତି, ପ୍ରକାଶ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ରାମକୃଷ୍ଣ ପରିଡ଼ା, ରବୀନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଶତାଧିକ କର୍ମୀଙ୍କ ଗହଣରେ ଏହି ଉତ୍ସବ ପାଳିତ ହୋଇଛି।

ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ମଧୁ ଜୟନ୍ତୀ

ପୁରୁଣା ଭୁବନେଶ୍ୱର : ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ନନ୍ଦକିଶୋର ନଗର ମୋତିଲାଲ ଭବନଠାରେ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆଙ୍କ ଗାରିମା ସମ୍ପର୍କରେ ଏକ ଆଲୋଚନାଚକ୍ର କରାଯାଇଥିଲା। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷଷ୍ଠୀ ପ୍ରସାଦ ପଟ୍ଟନାୟକ, ସଚି ମହାନ୍ତି, ଗୁଲଶନ ଶତପଥୀ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସଞ୍ଜୟ କୁମାର ଦାସ, ମୃତୁଞ୍ଜୟ ମହାନ୍ତି ଓ ବହୁ ସଭ୍ୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର