ରାସ୍ତାରେ ଭାସୁଛି ପିଇବା ପାଣି ଲୋକେ ଛଟପଟ

ଚନ୍ଦ୍ରଶେଖରପୁର: ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଜଳଯୋଗାଣ ବିଭାଗ ପକ୍ଷରୁ ପାଇପ୍‌ ପାଣି ଯୋଗାଇ ଦିଆଯାଇଛି। ଘର ଓ ରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ପାଣିଟାଙ୍କି ତିଆରି ହୋଇଛି। ଏବେ ପ୍ରବଳ ଖରାରେ ଏହି ସବୁ ପାଣି ଟାଙ୍କି ଖାଲି ପଡ଼ୁଥିବାରୁ ରାସ୍ତାରେ ଯାଉଥିବା ଯାତ୍ରୀ ଶୋଷରେ ହନ୍ତସନ୍ତ ହେଉଥିବା ଦେଖାଯାଇଛି। ଏମିତି ପରିସ୍ଥିତି ଦେଖାଯାଇଛି ମଞ୍ଚେଶ୍ୱର ରଙ୍ଗମାଟିଆ ଓ ଗାଡ଼କଣ ଅଞ୍ଚଳରେ। ରାସ୍ତା କଡ଼ରେ ଥିବା ବିଭିନ୍ନ ପିଇବା ପାଣି ଟାଙ୍କିରେ ଫୁଟ୍‌ବଲ୍‌ ଖରାପ ହୋଇଥିଲା ବେଳେ ବିଭାଗ ପକ୍ଷରୁ ଏସବୁର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଜଙ୍କସନ୍‌ ପାଇପ୍‌ ଫାଟି ରାସ୍ତାରେ ପାଣି ଭାସୁଛି। ରଙ୍ଗମାଟିଆ ଗ୍ରାମର ୩ଟି ପ୍ରମୁଖ ସ୍ଥାନରେ ଥିବା ପାଣି କଳରୁ ପାଣି ଆସୁ ନଥିବା ବେଳେ ଗାଡ଼କଣ ଗ୍ରାମର ୪ଟି ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ଭାସୁଥିବା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀମାନେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସୂଚନା ଦେବାରୁ କିଛି ଯନ୍ତ୍ରୀ ଘଟଣାସ୍ଥଳ ବୁଲି ଦେଖିଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି।।

ସମ୍ବନ୍ଧିତ ଖବର