ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲା ପରିବହନ ବିଭାଗ

ଭୁବନେଶ୍ବର: ରଙ୍ଗମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ କିପରି ଜୀବନକୁ ବାଜି ଲଗାଇ ମଞ୍ଚେଶ୍ବର ରେଳ ଷ୍ଟେସନ୍ ପାର୍ ହେଉଛନ୍ତି ସେନେଇ ‘ସମ୍ବାଦ’ରେ ଗତ ୨୭ତାରିଖରେ ଖବର ପ୍ରକାଶ ପାଇବା ପରେ ସରକାରୀ ଅଧିକାରୀମାନେ ଚେତିଛନ୍ତି। ଛାତ୍ରଛାତ୍ରୀ କାହିଁକି ଜୀବନକୁ ବାଜି ଲଗାଇ ‌୧୦ଟି ରେଳଧାରଣା ଅତିକ୍ରମ କରି ସ୍କୁଲକୁ ଆସୁଛନ୍ତି, ଏନେଇ ପୂର୍ବତଟ ରେଳପଥ କ’ଣ ପଦକ୍ଷେପ ନେଇଛନ୍ତି ଏବଂ ପ୍ରକାଶ ପାଇଥିବା ସମ୍ବାଦ ଉପରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ ଏସ୍‌.କେ ଦାସ ଆଜି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର