ରାଜ୍ୟରେ ଉଦ୍ୟାନ କୃଷି ଭିତ୍ତିକ ଷ୍ଟାର୍ଟ-ଅପ୍‌ ବର୍ତମାନ ସମୟର ଆହ୍ଵାନ

ଭୁବନେଶ୍ୱର : ଉଦ୍ୟାନ କୃଷି କ୍ଷେତ୍ରରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେବାକୁ ହେଲେ, ଏହି କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ହେଉଛି ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ। ଓଡ଼ିଶାରେ କୃଷିଭିତ୍ତିକ ଉଦ୍ୟୋଗ ଓ ଉଦ୍ୟାନ କୃଷିଭିତ୍ତିକ ଷ୍ଟାର୍ଟ-ଅପ୍‌ ପ୍ରତିଷ୍ଠା ଓ ବିକାଶ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଡିଏଆର୍‌ଇର ସଚିବ ଓ ଆଇସିଏଆର୍‌ର ଡିଜି ଡ. ତ୍ରିଲୋଚନ ପ୍ରଧାନ ଏପରି କହିଛନ୍ତି। ଆଇସିଏଆର୍‌ ଅନୁଷ୍ଠାନଗୁଡ଼ିକ ସହ ଓୟୁଏଟି ଏବଂ ସରକାରୀ ଉଦ୍ୟୋଗ ବିକାଶ ଅନୁଷ୍ଠାନଗୁଡ଼ିକ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଥିବା ଯୁବଗୋଷ୍ଠୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିବା ନିମନ୍ତେ ଡ. ବେହେରା ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଆର୍‌ ସି ଅଗ୍ରଓ୍ଵାଲ୍‌, ଡ. ସଞ୍ଜୀବ୍‌ ସକ୍ସେନା, ଡ. ଅଜୟ ପରିଡ଼ା, ଡ. ଶୁଭ୍ରେନ୍ଦୁ ଶେଖର ଦେ’ଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଡ. ପ୍ରଧାନ ଆର୍‌କେଭିଓ୍ଵାଇ ଟେକ୍ନୋ ଇନ୍‌କୁବେସନ୍‌ ସେଣ୍ଟର ଉଦ୍‌ଘାଟନ କରିଥିଲେ। ଏହି ବ୍ୟବସ୍ଥା ରାଜ୍ୟରେ ତନ୍ତୁ ଜାତୀୟ ଉଦ୍ୟୋଗ ପ୍ରତିଷ୍ଠା କରିବାରେ ବିଶେଷ ସହାୟକ ହେବ।

ସମ୍ବନ୍ଧିତ ଖବର