୩ ବଖରା ଜଳିଗଲା

ଖଣ୍ଡଗିିରି : ରବିବାର ଭୋର୍‌ ପ୍ରାୟ ୪ଟା ବେଳେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଦକ୍ଷିଣ ମୁଣ୍ଡମୁହାଁଣ ଗ୍ରାମରେ ଘଟିଥିବା ଏକ ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ଘଟିନଥିଲେ ହେଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କେହି ଦୁର୍ବୃତ୍ତ ଘରେ ନିଆଁ ଲଗେଇ ଦେଇଥିବା ନେଇ ଘର ମାଲିକ ରବୀନ୍ଦ୍ର ମଙ୍ଗରାଜ ଯାଁଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ରବୀନ୍ଦ୍ର ମଙ୍ଗରାଜଙ୍କ ଘର ଜଳି ଯାଉଥିବା ଦେଖି ପାଖ ପଡ଼ୋଶୀ ଲୋକମାନେ ଉଠିପଡ଼ି ହୋହାଲା କରିଥିଲେ। କିନ୍ତୁ ନିଆଁ ଲିଭାଇବାକୁ ପାଣି ନଥିବାରୁ ଚାହୁଚାହୁ ୩ ବଖରା ଘର ହୁତହୁତ ହୋଇ ଜଳିବାକୁ ଲାଗିଲା।

ସମ୍ବନ୍ଧିତ ଖବର