ଇନ୍‌ଫୋସିଟି ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

ଚନ୍ଦ୍ରଶେଖରପୁର : ପଟିଆ ମୌଜା ଇନ୍‌ଫୋସିଟି ଅଞ୍ଚଳରୁ ଆଜି ୧୦ରୁ ଅଧିକ ଦୋକାନ ଘର ଓ ପକ୍କା ଘରକୁ ବିଡିଏ, ବିଏମ୍‌ସି ଓ ଜିଏ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ସବୁ ଘର ଏକ ସରକାରୀ ପ୍ଲଟ୍‌ ସଂଖ୍ୟା ୩୫୦ ଉପରେ ଜବରଦଖଲ କରି ରହିଥିବା ବେଳେ ସେଠାରୁ ଉଚ୍ଛେଦ ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ଘର ମାଲିକ ଓ ବ୍ୟବସାୟୀମାନେ ନ ଉଠିବାରୁ ଆଜି ଇନ୍‌ଫୋସିଟି ଥାନା ପୁଲିସ ସହଯୋଗରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଉକ୍ତ ସ୍ଥାନରେ ଜବରଦଖଲ ହଟୁନଥିବାରୁ ବିଭିନ୍ନ ସରକାରୀ ପ୍ରକଳ୍ପ ଅଟକି ରହିଥିବା ସୂଚନା ମଳିଛି। ଗତକାଲି ଏହି ସ୍ଥାନରୁ କିଛି ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଆଜି ଅନ୍ୟ କିଛି ପ୍ଲଟ୍‌ ଖାଲି କରାଯାଇଛି। ସ୍ଥାନୀୟ ଥାନା ଆଇଆଇସି ବନିତା ମହାରଣା ଓ ଏସିପି ସଂଗ୍ରାମ ଟୁଟୁଙ୍କ ନେତୃତ୍ୱରେ ଉଚ୍ଛେଦ ବେଳେ ଶାନ୍ତିଶୃଙ୍ଖଳା ରଖାଯାଇଥିଲା। ଏହି ଉଚ୍ଛେଦ କାର୍ଯ୍ୟରେ ବିଡିଏ, ବିଏମ୍‌ସି ଓ ଜିଏ ବିଭାଗର ଉଚ୍ଛେଦକାରୀ ଅଧିକାରୀ ଭବାନୀ ଶଙ୍କର ଛାୟାଣୀ, ପ୍ରମୋଦ କୁମାର ପାତ୍ର, ଶୁଭେନ୍ଦୁ ଶେଖର ମହାନ୍ତି, ଦେବାଶିଷ ସିଂ, ସେକ୍‌ ଚୁଗୁଲ୍‌, ଅମିୟ କୁମାର ଦାସ ଓ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର