ଚାଷୀଙ୍କୁ ମିଳିବାକୁ ଥିବା ସହୟତାର ପୁନର୍ବିଚାର ହେଉ

ନବନିର୍ମାଣ କୃଷକ ସଂଗଠନର ଦାବି

ବାଲିପାଟଣା : ଅଦିନିଆ ବର୍ଷାରେ ବ୍ଲକର ମୋଟ ୮୫୦ ହେକ୍ଟର ଧାନଚାଷ ପ୍ରଭାବିତ ହୋଇଛି। ରାଜସ୍ୱ ଓ କୃଷି ବିଭାଗ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛନ୍ତି। ଗତ ୨୫ ତାରିଖ ଦିନ ପ୍ରାଥମିକ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ୧ତାରିଖ ଦିନ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି ଉଭୟ ବିଭାଗ। ୧୭ଟି ପଞ୍ଚାୟତ ଓ ୯ଟି ରାଜସ୍ୱ ସର୍କଲରୁ ଆସିଥିବା ରିପୋର୍ଟରେ ବ୍ଲକର ୩ହଜାର ପାଖାପାଖି ଚାଷୀଙ୍କ ମୋଟ ୮୫୦ହେକ୍ଟର ଧାନ ଫସଲ ପ୍ରଭାବିତ ହୋଇଛି। ଏ ବାବଦ ୩କୋଟି ୭୯ଲକ୍ଷ ୩୩ହଜାର ଟଙ୍କାର ସରକାରୀ ସହାୟତା ରାଶି ମଞ୍ଜୁର ହୋଇସାରିଛି। ଜଳସେଚିତ ଜମିକୁ ହେକ୍ଟର ପିଛା ୧୩ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର୮୦୦ ଟଙ୍କାର ସହାୟତା କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ଏହି ରିପୋର୍ଟକୁ ନେଇ ଚାଷୀମହଲରେ ଖୁବ୍‌ ଅସନ୍ତୋଷ ପ୍ରକାଶ ପାଇଛି। ନବନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ ଶଶାଙ୍କ ଶେଖର ନାୟକ କହିଛନ୍ତି, ଜିଲ୍ଲାର ଅନ୍ୟ କେତେକ ବ୍ଲକରେ କ୍ଷୟକ୍ଷତି ଟଙ୍କାର ପରିମାଣ ଯଥେଷ୍ଟ ଅଧିକ ଥିବା ବେଳେ ବାଲିପାଟଣା ବ୍ଲକ ପାଇଁ ତା’ଠାରୁ କମ୍‌ ଟଙ୍କା ମଞ୍ଜୁର ହୋଇଛି। ଏହାର ପୁନର୍ବିଚାର କରାଯିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର