ଜାତୀୟ ରାଜପଥ-୫ରୁ କାନପୁର ରାସ୍ତା ପ୍ରଶସ୍ତୀକରଣ ଉଦ୍‌ଘାଟିତ

ବାରଙ୍ଗ: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜାତୀୟ ରାଜପଥ-୫ରୁ କାନପୁର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉଦ୍‌ଘାଟିତ ହୋଇଯାଇଛି। ୨୫ କୋଟି ଟଙ୍କା ବ୍ୟୟ ବରାଦ‌େର ହୋଇଥିବା ଏହି ପ୍ରକଳ୍ପକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଦ୍‌ଘାଟନ କରିଥିଲେ। ଏହା ସହ କଲ୍ୟାଣପୁର ପଞ୍ଚାୟତରେ ୨୬ କୋଟି ଟଙ୍କା ବ୍ୟୟବରାଦରେ ପାଞ୍ଚ ପଞ୍ଚାୟତ ନିମନ୍ତେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ କରାଯାଇଛି। ଏହା ପରେ କଲ୍ୟାଣପୁର ଖେଳପଡ଼ିଆ ନିକଟରେ ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ବରେ ବିଜେଡିର ପଞ୍ଚାୟତସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ମହାରଥୀ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାକୁ ଆହ୍ବାନ ଦେଇଥିଲେ। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ଭୁବନେଶ୍ବର ବ୍ଲକ୍ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତଙ୍କ ସମେତ ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରମାନେ ଉପସ୍ଥିତ ଥିଲେ। ପବିତ୍ର ମୋହନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବନ୍ଦ ଥିବା ବିଜୁ ଗାଁ ବସ୍‌ ସେବା ପୁନଃ ପ୍ରଚଳନ କରାଯାଇଛି। ଏଠାରୁ ୪ଟି ବସ୍‌ ଚଳାଚଳ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର