ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ଓ୍ଵବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର : ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ଓ୍ଵବ୍‌ସାଇଟ୍‌ www.nuaodishanirman.com ଆଜି ଲୋକାର୍ପିତ ହୋଇଛି। ତା ସହିତ ଏକ ଟୋଲ ଫ୍ରି ନମ୍ବର ୮୦୦୦୦୦୭୦୭୦ ମଧ୍ୟ ଶୁଭାରମ୍ଭ ହୋଇଛି। ଆଜି ଓଏଏସ୍‌ ଭବନ ପରିସରରେ ଆୟୋଜିତ ଏକ ସମାରୋହରେ ଏହାକୁ କ୍ରୀଡ଼ାବିତ୍‌ ଦେବାଶିଷ ମହାନ୍ତି, ଅନୁରାଧା ବିଶ୍ୱାଳ, ସାମ୍ବାଦିକ ପ୍ରସନ୍ନ ମହାନ୍ତି, ସମାଜସେବୀ ପ୍ରୀତି ଧଳ, ନେତାଜୀ ଅଭିନନ୍ଦନ, ଆର୍ଯ୍ୟା ତ୍ରିପାଠୀ ଓ ମହିଳା ଉଦ୍ୟୋଗୀ ଅନିତା ସାବତ ପ୍ରମୁଖ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ନୂଆ ଓଡ଼ିଶା ନିର୍ମାଣ ପାଇଁ ଜନଭାଗୀଦାରି ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ୨୦୩୬ ମସିହା ବେଳକୁ ଆମେ ଓଡ଼ିଶାକୁ କିଭଳି ଦେଖିବା ସେ ନେଇ ଏକ ଭିଜନ୍‌ ପ୍ରସ୍ତୁତ ହୋଇଛି। ଏହି ଭିଜନ୍‌କୁ ନେଇ ଉପସ୍ଥିତ ସଫଳ ଯୁବଗୋଷ୍ଠୀ ତାଙ୍କର ମତାମତ ଉପସ୍ଥାପନ କରିଥିବା ବେଳେ େଓ୍ଵବ୍‌ସାଇଟ୍‌ ଜରିଆରେ ଓଡ଼ିଶା ତଥା ଓଡ଼ିଶା ବାହାରର ଯୁିବପିଢ଼ି ନୂତନ ଓଡ଼ିଶା ଗଠନରେ ମୂଲ୍ୟବାନ ମତାମତ ଉପସ୍ଥାପନ କରିବା ସହ ଭାଗୀଦାର ହୋଇପାରିବେ ବୋଲି ସଂଯୋଜକ ଅନିଲ ବିଶ୍ୱାଳ ସୂଚନା ଦେଇଛନ୍ତି।

ପ୍ରୀତି ଧଳ କହିଥିଲେ, ମହିଳାମାନଙ୍କ ସୁରକ୍ଷା ତଥା ହିଂସାମୁକ୍ତ ଓଡ଼ିଶା ହିଁ ନୂଆ ଓଡ଼ିଶାର ଚିତ୍ର ହେବା ଜରୁରୀ। କ୍ରିକେଟର ଦେବାଶିଷ ମହାନ୍ତି କହିଥିଲେ, ସୁସ୍ଥ ଓଡ଼ିଶା ହିଁ ନୂଆ ଓଡ଼ିଶାର ମୂଳମନ୍ତ୍ର ହେବା ଦରକାର। ଅନୁରାଧା ବିଶ୍ୱାଳ କହିଥିଲେ, ମୋବାଇଲ ଓ ଇଣ୍ଟରନେଟ୍‌ରେ ଫସି ରହିଥିବା ନାବାଳକ ଜଣେ ସୁସ୍ଥ ମାନସିକତାର ଯୁବକ ହୋଇପାରିବ ନାହିଁ। ଏଣୁ ୨୦୩୬ ଓଡ଼ିଶାର ମାନଚିତ୍ରରୁ ଏହି ରୁଗ୍‌ଣ ମାନସିକତାର ଯୁବକଙ୍କୁ ପରିବର୍ତନ କରିବାକୁ ପଡ଼ିବ। ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଥିଲେ, ନେତାଜୀ ଯୁବକମାନେ ଆଗେଇ ଆସିଲେ ନୂଆ ଓଡ଼ିଶା ନିର୍ମାଣ ସମ୍ଭବ। ନେତାଜୀ ଅଭିନନ୍ଦନ କହିଲେ, ନୂଆ ଓଡ଼ିଶାର ଭବିଷ୍ୟତ ସରକାରଙ୍କ ଉପରୋ ନିର୍ଭର ନ କରି ତରୁଣମାନଙ୍କ ଉପରେ ରହୁ। ଅନିତା ସାବତ ହସ୍ତଶିଳ୍ପକୁ ବିଶ୍ୱବଜାରରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର