ହଟିଲା ବେଆଇନ ଜବରଦଖଲ

ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏ ପକ୍ଷରୁ ଆଜି ସହରର ୩ଟି ସ୍ଥାନରେ ବେଆଇନ ଜବରଦଖଲ ଉଚ୍ଛେଦ ହୋଇଛି। ଉଚ୍ଛେଦ ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା। ରସୁଲଗଡ଼ ଛକର ଉଭୟ ପାର୍ଶ୍ୱ ରାସ୍ତାର ଜବରଦଖଲ ଉଚ୍ଛେଦ ସମୟରେ ୩ଟି ଶୀତତାପ ନିୟନ୍ତ୍ରିତ ଦୋକାନ, ୧୭ଟି କ୍ୟାବିନ୍‌, ୧୩ଟି ଟିଫିନ୍‌ ଷ୍ଟଲ୍‌ ଓ ୪ଟି ନାମ ଫଳକ ଉପରେ ବୁଲ୍‌ଡୋଜର୍‌ ଚାଲିଥିଲା। ସେହିପରି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ରୁ ଉଚ୍ଛେଦ କରାଯାଇ ୨ଟି କ୍ୟାବିନ୍‌ ଓ ୪ଟି ଅସ୍ଥାୟୀ ଦୋକାନକୁ ମାଟିରେ ମିଶାଇ ଦିଆଯାଇଛି। ସେହିପରି ଡମଣା ଛକରୁ ଗୋଟିଏ ହୋଟେଲ୍‌, ୩ଟି କ୍ୟାବିନ୍‌, ଫୁଡ୍‌ ଷ୍ଟଲ୍‌ ଉଚ୍ଛେଦ କରାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏକ ଓମ୍‌ଫେଡ୍‌ ବୁଥ୍‌ର କିଛି ଅଂଶ, ୩ଟି ଦୋକାନ ଓ ଗୋଟିଏ କେବିନ୍‌ ଉଚ୍ଛେଦ କରାଯାଇଥିବା ବେଳେ ଶୈଳଶ୍ରୀବିହାର ଅଞ୍ଚଳରୁ ଗୋଟିଏ ଘର ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର