ପଞ୍ଚୁ ପାଣ୍ଡବ ମହୋତ୍ସବ ଆରମ୍ଭ

ପୁରୁଣା ଭୁବନେଶ୍ୱର: ପଞ୍ଚୁ ପାଣ୍ଡବ ଫାଉଣ୍ଡେସନ୍‌ ପକ୍ଷରୁ ବଡ଼ଗଡ଼ ବ୍ରିଟ୍ କଲୋନି ପାଣ୍ଡବ ନଗରରେ ଆରମ୍ଭ ହୋଇଛି ପଞ୍ଚୁ ପାଣ୍ଡବ ମହୋତ୍ସବ। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ସଭାପତି ଦିଲ୍ଲୀପ ହାଲି। ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ପୂର୍ବତନ କର୍ପୋରେଟର ବନ୍ଦନା ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସନ୍ତୋଷ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପ୍ରଥମ ପଞ୍ଚୁପାଣ୍ଡବ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବଲପୁରରୁ ଆସିଥିବା ଗୁରୁ ଶଙ୍କର ପ୍ରସାଦ ବେହେରା ସମ୍ବଲପୁରୀ ଓ ଗଞ୍ଜାମରୁ ଆସିଥିବା ଗୁରୁ ବାଲାଜୀ ସାହୁ ଶଙ୍ଖବାଦ୍ୟ ଓ ରଣପା ନୃତ୍ୟ ପରିବେଷଣ କରିଥିଲେ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବଭାଗ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର ପରିଚାଳନାରେ ବଡ଼ଗଡ଼ ବ୍ରିଟ୍‌ କଲୋନି ପାଣ୍ଡବ ନଗର ଗ୍ରାମ୍ୟ କମଟି ଓ କଲୋନି ବାସିନ୍ଦା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର