ଭୁବନେଶ୍ୱର : ନୂଆପଲ୍ଲୀ ଥାନା ଅଧୀନ ବେହେରାସାହି ଅଞ୍ଚଳର ଦୁଇଜଣ ଯୁବତୀଙ୍କୁ ଥାନାରେ ନିସ୍ତୁକମାଡ଼ ଘଟଣାକୁ ବିରୋଧ କରି ଆଜି ରାଷ୍ଟ୍ରୀୟ ଆମ୍ବେଦକର ସ୍ମୃତି ସଂଘ ଓ ଜାତୀୟ ଦଳିତ ମହାସଂଘ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ପ୍ରଦୀପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଯୋଗଦେଇ ସେଠାରେ ଧାରଣାରେ ବସିିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂଘ ପକ୍ଷରୁ କୁହାଯାଇଛି ଯେ, ଯୁବତୀଙ୍କୁ ଥାନାରେ ଅମାନୁଷିକ ଭାବେ ମାଡ଼ମାରିବା ଅତି ନିନ୍ଦନୀୟ। ତେଣୁ ଘଟଣାରେ ସମ୍ପୃକ୍ତ ନୂଆପଲ୍ଲୀ ଥାନା ପୁଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ଯୁବତୀ ଦ୍ୱୟଙ୍କୁ କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆଜିର ଏହି ଆନ୍ଦୋଳନରେ ଅଭିରାମ ମଲ୍ଲିକ, ଲିଟୁ ଦାସ, ହଳଧର ସେଠୀ, ଲୋକନାଥ ସାମଲ ପ୍ରମୁଖ ନେତୃତ୍ୱ ନେଇଥିଲେ।