ସହିଦ ରଘୁ ଦିବାକରଙ୍କ ସହିଦ ଦିବସ

ଭୁବନେଶ୍ୱର : ସହିଦ ରଘୁ ଦିବାକରଙ୍କ ସ୍ମୃତି ସଂସଦ ଓ ରଣଭୂଇଁ ପକ୍ଷରୁ ରଘୁ ଦିବାକରଙ୍କ ୭୮ତମ ସହିଦ ଦିବସ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ ଦିବାକର ସ୍ମୃତି ସଂସଦ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବରଦା ପ୍ରସନ୍ନ ଦାସ ଯୋଗ ଦେଇ ସହିଦଙ୍କ ସ୍ମୃତିଚାରଣ ସହିତ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶଷଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱାଭିମାନ ପାଇଁ ପବିତ୍ର ମୋହନ ମହାରଥା, ସାମ୍ବାଦିକ ଓ ସମାଜସେବୀ ଅରବିନ୍ଦ ତ୍ରିପାଠୀ, ସାହିତ୍ୟିକା ସୁଧା ପଟ୍ଟନାୟକ, ସମାଜସେବୀ ସତ୍ୟବ୍ରତ ଜେନାଙ୍କୁ ସମ୍ବର୍ଧିତ କରାଯାଇଥିଲା। ରଘୁ ଦିବାକରଙ୍କ ସ୍ମୃତି ସଂସଦର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାର ସଭାପତି ସୁରସେନ ଜେନା ଓ ବାମନା ପରିଡ଼ା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅଭୟ ବଡ଼ଜେନା, ଗିରିଜା ମହାପାତ୍ର, ହେମନ୍ତ କୁମାର ଛୋଟରାୟ, ମନୋଜ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର