‘ଶକ୍ତି-ଦ ଲାୟନ୍‌ ହାର୍ଟ’ର ଅଡିଓ ରିଲିଜ୍‌

ଭୁବନେଶ୍ୱର: ସ୍ନେହଲତା ଫିଲ୍ମ କ୍ରାଫ୍ଟସ୍‌ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶକ୍ତି-ଦ ଲାୟନ୍‌ ହାର୍ଟ’ର ଆଜି ହୋଟେଲ୍‌ ଶୀତଲ୍‌ଠାରେ ଅଡିଓ ରିଲିଜ୍‌ ହୋଇଯାଇଛି। ଚଳଚ୍ଚିତ୍ରରେ ଅଭିଜିତ୍‌ ମଜୁମ୍‌ଦାର୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ନିର୍ମଳ ନାୟକ ଏହାର ସଙ୍ଗୀତ ରଚନା କରିଛନ୍ତି। କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ସତ୍ୟଜିତ୍‌ ମାଧବ ଓ ସ୍ମୃତିମୟୀ ମହାପାତ୍ର ପ୍ରମୁଖ ଏଥିରେ କଣ୍ଠଦାନ କରିଛନ୍ତି। ଆଜିର ଅଡିଓ ରିଲିଜ୍‌ ଉତ୍ସବରେ ଉପଦେଷ୍ଟା ସୁଜିତ୍‌ ସାହୁ, ପ୍ରଯୋଜକ ରୋନକ ସାହୁ, ମିନତି ସାହୁ, ସଂଳାପକାର ରଣଜିତ୍‌ ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାକର ବସନ୍ତ, ନାୟକ କରନ୍‌, ନାୟିକା ସୁରମୟୀ ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର