ଦାସପୁରରେ ବୟୋଜ୍ୟେଷ୍ଠଙ୍କୁ ସମ୍ବର୍ଧନା

ଭୁବନେଶ୍ୱର : ଅନ୍ଧାରିଆ ଦାସପୁର ଗ୍ରାମରେ ୫୧ତମ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିକ୍ରମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚନ୍ଦକାର ପୂର୍ବତନ ଜିଳ୍ଲା ପରିଷଦ ସଭ୍ୟ ବ୍ରଜବନ୍ଧୁ ଜେନା, ସ୍ମାଇଲ୍‌ ଓ୍ଵାର୍ଲଡ୍‌ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଗୌଡ଼, ପ୍ରେମାନନ୍ଦ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ପ୍ରହ୍ଲାଦ ବେହେରା, ଅଇଁଠି ମୁଦୁଲି, ଲୋକନାଥ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମର ୯ଜଣ ବୟୋଜ୍ୟେଷ୍ଠ ମହିଳ ପଇନ ବେହେରା, ନିଶା ମୁଦୁଲି, ମଲ୍ଲୀ ମୁଦୁଲି, ଧୂମି ମୁଦୁଲି, ହାଡ଼ି ସାହୁ, ଲାବଣ୍ୟ ବେହେରା, ହାଡ଼ି ବେହେରା, ରସ ବେହେରା ଓ ସଖୀନ ପଟ୍ଟନାୟକଙ୍କୁ ଶାଢ଼ି, ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଥିଲା।  ଗ୍ରାମର ଯୁବକ ସଂଘ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର