ଶିବରାମଙ୍କ ସାମି କବାବ

ଚିକେନ୍‌ କଟଲେଟ୍‌, ଚିକେନ୍‌ ପକୋଡ଼ା ପରି ଏବେ ବଜାରରେ ସାମି କବାବ୍‌ର ଚାହିଦା ବେଶ୍‌ ଜମିଲାଣି। ଖାସ୍‌ ଏଇଥି ପାଇଁ ଭୋଇ ନଗରସ୍ଥିତ ଶିବରାମ ପଲାଇଙ୍କ ଏହି ଷ୍ଟଲରେ ସନ୍ଧ୍ୟା ହେଲେ ପ୍ରବଳ ଭିଡ଼ ଜମେ। ବତୁରାଇ ରଖାଯାଇଥିବା ବୁଟ ଓ ଚିକେନ୍‌ କିମାକୁ ଲୁଣ ପକାଇ ସିଝାଇ ଶିଳରେ ବାଟନ୍ତି। ପରେ ଏଥିରେ ଅଦା, ରସୁଣ, ପିଆଜ, ଗରମ ମସଲା ମିଶେଇ କଷିବା ପରେ ଏଥିରେ ଏହି ବଟା କିମାକୁ ପକାଇ ଭଲ ଭାବେ କଷନ୍ତି। ପରେ ଏହି ମିଶ୍ରଣକୁ ଗୁଳାକରି କଞ୍ଚା ଅଣ୍ଡା ବୁଡ଼ାଇ କର୍ଣ୍ଣଫ୍ଲେକ୍ସ ଦେଇ ଛାଣନ୍ତି। ତାଙ୍କର ଏହି ପ୍ରସ୍ତୁତି ପାଇଁ ସମୟ ଟିକେ ବେଶି ଲାଗିଥାଏ। ଏହି ସାମି କବାବର ଦର ଫୁଲ୍‌ ପ୍ଲେଟ୍‌ରେ ୪ପିସ ପାଇଁ ୧୬୦ଟଙ୍କା ଦେବାକୁ ପଡ଼େ। ତେବେ ପିସ୍‌ଗୁଡ଼ିକର ଆକାର ବଡ଼ ହୋଇଥିବା ବେଳେ ସେଥିରେ ଚିଲି ସସ୍‌, ଟମାଟୋ ସସ୍‌ ଓ ମେୟୋନିଜ୍‌ ସସ୍‌କୁ ଦେଇ ପରଶନ୍ତି ପଲାଇ ବାବୁ। ଗ୍ରାଇଣ୍ଡର୍‌ରେ ଏହି କିମାକୁ ବାଟିଲେ ପାଣିଆ ହୋଇଯାଏ ସେଥିପାଇଁ ସେ ଶିଳରେ ବାଟି ଏହାକୁ ପ୍ରସ୍ତୁତ କରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର