କଣ୍ଟାପାଟଣାରୁ ଅଜଗର ଉଦ୍ଧାର

ତ୍ରିଶୂଳିଆ: ଗୁରୁବାର ମଧ୍ୟରାତିରେ ବାରଙ୍ଗ ଥାନା ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମ ନିକଟସ୍ଥ ରେଳବାଇ ବ୍ରିଜ୍ ନିକଟରୁ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି ରାସ୍ତା ପାର ହେଉଥିବା ବେଳେ ଲୋକମାନେ ତାକୁ ମାରିଦେବାକୁ ଉଦ୍ୟମ କରୁଥିଲେ। ଖବର ପାଇ ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଭୁବନେଶ୍ୱରସ୍ଥିତ ସଂସ୍ଥାର ଅଧ୍ୟକ୍ଷ ବିଭୁଦତ୍ତ ଜେନାଙ୍କୁ ହସ୍ତାନ୍ତର କରିଥିଲେ। ସାପଟିର ଲମ୍ବା ସାଢ଼େ ସାତଫୁଟ୍‌ ହେବ ବୋଲି ଅନୁମାନ କରାଯାଇଛି। ସାପଟିକୁ ମେଘା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର