ଗୀତରେ ମନେ ପଡ଼ିଲା ଗାଁ

ଭୁବନେଶ୍ବର : ‘ସମାଜ ଓ ସ˚ସ୍କୃତି’ର ଚତୁର୍ଦଶ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର ସା˚ସ୍କୃତିକ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ରବୀନ୍ଦ୍ର ମଣ୍ତପରେ ଅନୁଷ୍ଠିତ ହୋଇଛି। ଗାଁ ଜୀବନ, ଗାଁ ଅନୁଭୂତି ଓ ଗାଁ ପରିବେଶକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ ଜଣାଶୁଣା କଣ୍ଠଶିଳ୍ପୀ ଗାଇ ଶୁଣାଇଥିଲେ। ଏଇ ଆମରି ଗାଁ..ରୁ ଆରମ୍ଭ ହୋଇଥିଲା ସ˚ଗୀତ ଆସର। କଣ୍ଠଶିଳ୍ପୀମାନେ ମଞ୍ଚରେ ପ୍ରସ୍ତୁତ ଏକ ଗାଁ ପରିବେଶରେ ମିଳିତ ଭାବେ ଗୀତଟି ଗାଇଥିଲେ। ମଞ୍ଚରୁ ଏହି ସ୍ବର ଭାସି ଆସୁଥିବା ବେଳେ ଗାଁ’ର ସ୍ମୃତିରେ ହଜିଥିଲେ ଶ୍ରୋତା। ବିଭୁକିଶୋରଙ୍କ କଣ୍ଠରେ ‘ଉଡ଼ିଗଲେ ଗେଣ୍ତାଳିଆ..ଭଳି କାଳଜୟୀ ଗୀତ ପରେ ସୌରଭ ନାୟକ, ଦେବାଶିଷ ମହାପାତ୍ର, ରଣଦୀପ ପାଲିତ, ବନ୍ଦିଶ ପାଲିତ, ଅଶ୍ବିନୀ, ମିତାଲି ଚିନାରା, ଆଦ୍ୟାଶା, ବିଦ୍ୟୁତପ୍ରଭା ପାଲିତ, ନନ୍ଦିନୀ, ସୁମନ, ଅର୍ପିତା, ଇତିଶ୍ରୀ ପ୍ରମୁଖ ଗାଁ ପରିବେଶ ଓ ଗାଁ ଅନୁଭୂତିକୁ ନେଇ ଗୀତ ପରିବେଷଣ କରିଥିଲେ। ‘ଯାରେ ଭାସିଯା.., ସହରୀ ତଳି ହାଟ.., ମୋର ମନ ଉଡ଼ିଯାଏ.., ଛୋଟ ମୋର ଗାଁଟି.., ମାଝିରେ…, ଆମ ଗାଁକୁ ଥରେ ଯିଏ ଆସିଛି.. ଭଳି ଗୀତ ପ୍ରେକ୍ଷାଳୟରେ ଗାଁ’ର ମହକ ଖେଳାଇ ଦେଇଥିଲା। ସମସ୍ତ କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଶିଳ୍ପୀଙ୍କ ଗାଁ ବେଶଭୂଷା ଓ ଗ୍ରାମ୍ୟ ପରିବେଶ ନିଆରା ଅନୁଭବ ଦେଇଥିଲା। ଲକ୍ଷ୍ମୀକାନ୍ତ ପାଲିତ୍‌ ସ˚ଗୀତ ଆସରକୁ ସ˚ଯୋଜନା କରିଥିଲେ।

ବିଧାୟକ ଅରୁଣ ସାହୁ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ସାମାଜିକ ଓ ସା˚ସ୍କୃତିକ ଅବକ୍ଷୟ ରୋକିବା ନେଇ ବକ୍ତବ୍ୟ ରଖିଥିଲେ। ବିଧାୟକ ସରୋଜ ସାମଲ, ସମାଜସେବୀ ମୁରଲୀ ମନୋହର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜ ଓ ସ˚ସ୍କୃତିର ସଭାପତି ନିଶିକାନ୍ତ ମିଶ୍ରଙ୍କ ଅଧୢକ୍ଷତାରେ ଆୟୋଜିତ ସଭାକୁ ସ˚ଯୋଜନା କରିଥିଲେ ପ୍ରଫେସର୍‌ ଜ୍ୟୋତିର˚ଜନ ଦାସ। ଅନୁଷ୍ଠାନ ସମ୍ପର୍କରେ କାର୍ଯ୍ୟକାରୀ ସଭାପତି ଚୌଧୁରୀ ଅମିତାଭ ଦାସ ସୂଚନା ଦେଇଥିବା ବେଳେ ସମ୍ପାଦକ ଗିରିଜା ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୀତିକାର ବୃନ୍ଦାବନ ଜେନା, ଶିଳ୍ପପତି ଶରତ କୁମାର ସାହୁ, ଚିକିତ୍ସକ ଡାକ୍ତର ସଜଳେନ୍ଦୁ ମାଲାକାରଙ୍କୁ ୫ମ ଚନ୍ଦ୍ର ମାଧବ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସାହିତ୍ୟିକ ରତ୍ନାକର ରାଉତଙ୍କୁ ୧୦ମ ଈଶ୍ବର ଚନ୍ଦ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟ ବିଶ୍ବର˚ଜନ ଦାଶ, ବିମଳ ଦାସ, ଶିତିକଣ୍ଠ ସେନାପତି, ସାଲୁଟ୍‌ ସାହୁ, ପରେଶ ମହନ୍ତ ଓ ସ˚ତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର