ଏସ୍‌ଏସ୍‌ ମ୍ୟୁଜିକ ଷ୍ଟୁଡିଓ ପକ୍ଷରୁ ସାଇନିଂ ଷ୍ଟାର

ଭୁବନେଶ୍ୱର : ଶିଶୁ ଅନୁଷ୍ଠାନ ଚାଇଲଡ୍‌ କେୟାର ଇନଷ୍ଟିଚ୍ୟୁସନର କୁନିକୁନି ପିଲାମାନଙ୍କୁ ନେଇ ଏସ୍‌ ଏସ୍‌ ମ୍ୟୁଜିକ ଷ୍ଟୁଡିଓ ପକ୍ଷରୁ ଜୟଦେବ ଭବନଠାରେ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କଣ୍ଠଶିଳ୍ପୀ ଗୁରୁ ରାମହରି ଦାସ ଓ ସାଂସ୍କୃତିକ ସଂଗଠକ ବ୍ରଜ କିଶୋର ଦାଶ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ।

ଆଦୃତ ଚିଲଡ୍ରେନ ହୋମ୍‌, ଜୀବନଜ୍ୟୋତି ଆଶ୍ରମ, ଆଶ୍ରୟ, ପ୍ରତିଭା, ଦିବ୍ୟଜ୍ୟୋତି ଶିଶୁ ଅନୁଷ୍ଠାନର ପିଲାମାନେ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଏଥିରେ ବିଚାରକ ଭାବେ ସଙ୍ଗୀତ ଗୁରୁ ଶାନ୍ତିଲତା ଛୋଟରାୟ, ସଂଗୀତା ଗୋସାଇଁ, ପ୍ରଶାନ୍ତ ପାଢୀ ଓ ସୌରଭ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏସ୍‌ ଏସ୍‌ ମ୍ୟୁଜିକ ଷ୍ଟୁଡିଓର ସି.ଡି ‘ତୋ ଚକାନୟନ’ର  ଲୋକାର୍ପଣ କରାଯାଇଥିଲା । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରବୀନ୍ଦ୍ର ଜେନା, କଣ୍ଠଦାନ କରିଥିଲେ ଶାନ୍ତିଲତା ଛୋଟରାୟ ଓ ସଂଗୀତା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଦେବାଶିଷ ବସନ୍ତିଆ, ଦୟାନିଧି ଶତପଥୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର