ଇସ୍କନ୍‌ ମନ୍ଦିର ପକ୍ଷରୁ ରଥକାଠ ଅନୁକୂଳ, ଆରମ୍ଭ ହେଲା ଚନ୍ଦନ ଯାତ୍ରା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଇସ୍କନ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ପୁରୀ ଶ୍ରୀମନ୍ଦିରରେ ହେଉଥିବା ସମସ୍ତ ରୀତିନୀତି ଅନୁସାରେ ଏହି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଅଣାଯାଇ ରଥକାଠକୁ ଯଥାବିଧି ପୂଜା କରାଯାଇ ଥିଲା। ଏହାପରେ ଉପସ୍ଥିତ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଇସ୍କନ ପରିସରରେ ଥିବା ଫାଉଣ୍ଟେନ୍‌ ନ୍ୟାବ୍‌ରେ ଘଣ୍ଟ ଘଣ୍ଟା, କାହାଳି, ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନ କରି ଶ୍ରୀଜିଉଙ୍କୁ ବେଢ଼ା ପରିକ୍ରମା କରାଯାଇଥିଲା। ଏହାପରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ମନ୍ଦିରର ସଭାପତି ପ୍ରେମାନନ୍ଦ ଦାସ, ସହସଭାପତି କାଶୀନାଥ ପଣ୍ଡିତ ଦାସ, ଶାଶ୍ୱତ ପତି ଦାସ, ଉତ୍ସବ ପରିଚାଳନା କମିଟିର ସଭାପତି ଉପେନ୍ଦ୍ର ମିଶ୍ର ଦାସ, ରାଜ୍ୟ ପ୍ରଚାର ଅଧିକାରୀ ରାଧାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର