ରାଜ୍ୟସ୍ତରୀୟ ଫେସନ୍‌ ଡିଜାଇନର୍‌ ଓ ସୁନ୍ଦରୀ ପ୍ରତିଯୋଗିତା

ଭୁବନେଶ୍ବର: ଏବିଆର୍‌ ଭେଞ୍ଚର୍ସ ପକ୍ଷରୁ ‘କୋଡ୍‌ କ୍ଲାସ୍‌ ଅଫ୍‌ ଇଣ୍ଟର୍‌ନିଟି’ ନାମରେ ଫେସନ୍‌ ଡିଜାଇନର୍‌ ଓ ସୁନ୍ଦରୀ ପ୍ରତିଯୋଗିତା ଆଜି ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମହାବିଦ୍ୟାଳୟସ୍ତରରେ ମନୋନୀତ ୩୦ଜଣ ପ୍ରତିଯୋଗୀ ଓ ୧୦ଜଣ ଡିଜାଇନର୍‌ ଏଥିରେ ଯୋଗ ଦେଇ ରୢାମ୍ପ୍‌ରେ ଚାଲିଥିଲେ। ଏହାସହ ବିଚାରକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବସନ୍ତ ସାହୁ, ଏନ୍‌ଆଇଏଫ୍‌ଡିର ନିର୍ଦ୍ଦେଶିକା ସନ୍ଧ୍ୟା ପଟ୍ଟନାୟକ ଓ ହୀରାଗହଣା ପ୍ରସ୍ତୁତକାରୀ ସଂସ୍ଥା ‘ଆପ୍‌ କି ସଖୀ’ର ଅନ୍ୟତମ ପ୍ରତିଷ୍ଠାତା ପୂଜାରିଣୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଫେସର ଆର୍ଯ୍ୟାଲୋପା ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। ଶେଷରେ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ କୋଡ୍‌ର ନିର୍ଦ୍ଦେଶିକା ମୌସୁମୀ ମହନ୍ତ, ଶର୍ମିଷ୍ଠା ମହାନ୍ତି ଓ ଅମିୟାଂଶୁ କୁମାର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର