ଭୁବନେଶ୍ବର: ରବିବାର ବଲିଉଡ୍ର ମେଲୋଡି କୁଇନ୍ ଶ୍ରେୟା ଘୋଷାଲ ଭୁବନେଶ୍ବର ଆସୁଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍.ଫେଷ୍ଟରେ ସେ ସଂଗୀତ ପରିବେଷଣ କରିବେ। ଶ୍ରେୟା ଘୋଷାଲଙ୍କ ସୋ’ରେ ହେବାକୁ ଥିବା ଭିଡ଼କୁ ନଜରରେ ରଖି ଆୟୋଜକଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଶ୍ରେୟା ଘୋଷାଲଙ୍କ ସୋ’ ‘ରୋମାଣ୍ଟିକ୍ ରେଣ୍ଡେଜଭସ୍’ ସଂଧ୍ୟା ୭ଟାରେ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଦର୍ଶକଙ୍କୁ ପ୍ରଦର୍ଶନୀ ପଡ଼ିଆକୁ ୬ଟାରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ସୋ’ ଯେପରି ବ୍ୟବସ୍ଥିତ ଢଙ୍ଗରେ ଆୟୋଜନ ହେବ ସେଥିପାଇଁ ଦର୍ଶକଙ୍କ ପ୍ରବେଶ ପଥ ଏବଂ ପାର୍କିଂ ନେଇ ଆୟୋଜକଙ୍କ ପକ୍ଷରୁ ଉପଦେଶ ଜାରି ହୋଇଛି। ଯେଉଁମାନଙ୍କର ପ୍ରିମିୟମ୍ ଟିକେଟ୍ ଥିବ ସେମାନେ ଗେଟ୍ ନଂ-୪ରେ, ଭିଭିଆଇପି ଟିକେଟ୍ଧାରୀ ଗେଟ୍ ନଂ-୩, ଭିଆଇପି ଟିକେଟ୍ଧାରୀ ଗେଟ୍ ନଂ-୨ରେ ପ୍ରବେଶ କରିବାକୁ କୁହାଯାଇଛି। ଅନ୍ୟ ଦର୍ଶକ ଏବଂ ଅନ୍ତର୍ଜାତୀୟ ଖାଦ୍ୟ ମେଳାକୁ ଆସିବାକୁ ଥିବା ଲୋକ ଗେଟ୍ ନଂ-୧ ଦେଇ ପ୍ରବେଶ କରିବେ। ଡଟ୍.ଫେଷ୍ଟର ନୋଡାଲ ଅଧିକାରୀ ବଲୱନ୍ତ ସିଂହ କହିଛନ୍ତି ଯେ, ଯେଉଁମାନେ ଗାଡ଼ି ଆଣି ଆସିବେ ସେମାନେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ, ଭାରତୀୟ ବିଦ୍ୟାଳୟ ପଡ଼ିଆରେ ପାର୍କିଂ କରିବେ। ଦର୍ଶକମାେନ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାରେ ସହଯୋଗ କରିବାକୁ କୁହାଯାଇଛି। ସେହିପରି ଚନ୍ଦ୍ରେଶଖର ପାର୍ଶ୍ବରୁ ଆସିବାକୁ ଥିବା ଦର୍ଶକ ଜନତା ମଇଦାନରେ ମାଗଣାେର ଗାଡ଼ି ପାର୍କିଂ କରି ମୋ ବସ୍ ବିଶ୍ବକପ୍ ହକି ସଟଲ୍ ସର୍ଭିସ୍ରେ ଆସିପାରିବେ। ଏଥିରେ ପ୍ରତି ୨ମିନିଟ୍ରେ ଗୋଟିଏ ବସ୍ ଉପଲବ୍ଧ ହେବ। ଦିନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବାକୁ ଥିବାବେଳେ ବସ୍ ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ୍ ହୋଇ ଡଟ୍ ଫେଷ୍ଟକୁ ଆସିପାରିବେ। ଏପରିକି ଲୋକମାନେ ଜନତା ମଇଦାନରେ ଗାଡ଼ି ପାର୍କିଂ କରି ଷ୍ଟାଡିୟମ୍ରେ ଖେଳ ଦେଖିବା ସହ ମୋ ବସ୍ରେ ଡଟ୍ ଫେଷ୍ଟକୁ ଆସିପାରିବେ ବୋଲି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସେଇଲା ବିଶ୍ବକଲ୍ୟାଣଙ୍କ ହସ ଛୁଙ୍କ
ଭୁବନେଶ୍ବର: ଫୁଟ୍ପାଥ୍ରୁ ନେଇ ଟ୍ରାଫିକ୍ ବ୍ୟବସ୍ଥା। ପଙ୍ଖାର ରେଗୁଲେଟର୍ଠୁ ନେଇ ବିଦେଶରେ ଡାହାଣ ପଟେ ଚାଲିବାର ଅନୁଭୂତି। ସବୁ ଭିତରେ ଯେ କମେଡ଼ିର ଛୁଙ୍କ ଲୁଚି ରହିଛି ତାହାର ନିଚ୍ଛକ ଝଲକ ଦେଖିବାକୁ ମିଳିଛି ଆଜି ଡଟ୍ ହସ୍ ଫେଷ୍ଟ୍ରେ। ୟୁ-ଟ୍ୟୁବ୍ରେ ଲକ୍ଷଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖିଥିବା ଓଡ଼ିଆ ପୁଅ ବିଶ୍ବକଲ୍ୟାଣ ରଥଙ୍କ କମେଡିର ତଡ଼କା ଅନୁଭବ ନେଇଥିଲେ ଦର୍ଶକ। ୬ଦିନ କାଳ ଗୀତ ନାଚରେ ଝୁମିବା ପରେ ଆଜି ହସି ହସି ବେଦମ ହୋଇଥିଲେ ପିଲାଠୁ ବୃଦ୍ଧ ଯାଏଁ। ବିଶ୍ବକଲ୍ୟାଣଙ୍କ ସହ ରୋହିତ ସ୍ବାଇଁ ଏବଂ କୁମାର ବରୁଣଙ୍କ ଷ୍ଟାଣ୍ଡ୍ଅପ୍ କମେଡିରେ ଦର୍ଶକ ହସିହସି ଗଡ଼ିଥିଲେ। ଡଟ୍ ଫେଷ୍ଟ୍ରୁ ଫେରିବା ବେଳେ ସଭିଙ୍କ ମୁହଁରେ ସେଇ ହସ ଯେମିତି ଲାଖି ରହିଥିଲା। ଏଥିସହ ତିଲକଙ୍କ କଣ୍ଠରେ ବଲିଉଡ୍ର ଲୋକପ୍ରିୟ ଗୀତରେ ଝୁମିବାର ଅବକାଶ ଜୁଟିଥିଲା। ୱ ରଙ୍ଗ୍ଭି କ୍ୟା ରଙ୍ଗ୍ ହୈ.., ପ୍ୟାର୍ କିୟା ତୋ ନିଭାନା.., ଦୁନିଆ ହସିନୋ କା ମେଲା.., ସାରା ଜମାନା ହସିନୋକା ଦିୱାନା.. ସଂଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ। ଗୀତ ସହ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଗୁନ୍ଗୁନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।