ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହିନ୍ଦୀ ମାସ ଉଦ୍‌ଯାପନ

ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲାଇଫ ସାଇନ୍ସ ପ୍ରେକ୍ଷାଳୟରେ ହିନ୍ଦୀ ମାସ ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉପ-ମହାପ୍ରବନ୍ଧକ ରୂପଲାଲ ମୀନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା ମୁଖ୍ୟ ଅତିଥି ଭା‌େବ ଯୋଗ ଦେଇଥିଲେ। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ ପୁରସ୍କାର ବିତରଣ କରାଯାଇଥିଲା। ସହାୟକ ପ୍ରବନ୍ଧକ (ରାଜଭାଷା) ଅଭିଜିତ କୁମାର ଗିରି ଏବଂ ସହାୟକ ପ୍ରବନ୍ଧକ (ଯୋଜନା ଏବଂ ବିକାଶ) ସୁଶ୍ରୀ ରୋଜା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ଭୁବନେଶ୍ବର ମୁଖ୍ୟ ଶାଖାର ସହାୟକ ମହାପ୍ରବନ୍ଧକ ଗିରିଜା ଭୂଷଣ ମିଶ୍ରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର