ଜାନୁଆରି ୨୫ରେ ଭୋଟର ସଚେତନତା ରାଲି

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ଜାତୀୟ ଭୋଟର ଦିବସ ପାଳନ େହବ। ଏେନଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଥିଲେ େଯ େସଦିନ ଏକ ରାଲିର ଆୟୋଜନ କରାଯିବ। ଭୁବନେଶ୍ବରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଦିନ ଗୋଟିଏ ସାଇକେଲ ଶୋଭାଯାତ୍ରା ବିଜୁ ପଟ୍ଟନାୟକ ପାର୍କରୁ ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ରୂପାଲି, ନିକୋ ପାର୍କ ଦେଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଆସିବ। ଏଥିରେ NSS, NCC ଭାରତ ସ୍କାଉଟ ଗାଇଡ୍ସର ଛାତ୍ରଛାତ୍ରୀମାନେ ଭାଗ ନେବେ। ଏହାସହିତ ଭୋଟର୍ସ କାର୍ନିଭାଲର ମଧ୍ୟ ଆୟୋଜନ କରାଯାଇଛି। ଏଥିପାଇଁ ଭୁବନେଶ୍ବରରେ ୩ଟି ଟ୍ରକକୁ ରଥ ସଦୃଶ ସୁସଜ୍ଜିତ କରାଯାଇ ଇଭିଏମ-ଭିଭିପାଟର ମଡେଲ ପ୍ରଦର୍ଶନୀ କରାଯିବ।

ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ଦଳ ଏହି ରଥ ସାଙ୍ଗରେ ଯିବେ। ଇନଫୋସିସ ଛକ-ପଟିଆ-କଳିଙ୍ଗ ହସ୍ପିଟାଲ ଛକ-ଜୟଦେବ ବିହାର ଦେଇ ପ୍ରଥମ ରଥ-କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ। ସେହିପରି ଦ୍ବିତୀୟ ରଥ ଟଙ୍କପାଣି ରୋଡ଼ ସାଇମନ୍ଦିରରୁ ବାହାରି ରବି ଟକିଜ୍-ସିରିପୁର-ସିଆରପି ଛକ-ପାଵାର ହାଉସ ଛକ ଦେଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ। ତୃତୀୟ ରଥ ବାଣୀ ବିହାରରୁ ବାହାରି ମାଷ୍ଟର କ୍ୟାଣ୍ଟିନ- ରାଜମହଲ- ରାମ ମନ୍ଦିର-ରୁପାଲି-ନିକ୍କୋ ପାର୍କ ଦେଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହାସହିତ ଜାତୀୟ ଭୋଟର ଦିବସ ଅବସରରେ ଭାରତ ନିର୍ବାଚନ ଆୟୋଗ ଭୋଟରଙ୍କ ଡାଟା ବେସ ସମ୍ବଳିତ ଏକ ମୋବାଇଲ ଆପ୍ସ ମଧ୍ୟ ଶୁଭାରମ୍ଭ କରିବେ। ଭୋଟର୍ସ ହେଲ୍ପ ଲାଇନ ନାମକ ଏହି ମୋବାଇଲ ଆପ୍ସକୁ ଡାଉନଲୋଡ କରି ଜଣେ ଭୋଟର ତାର ପଞ୍ଜିକରଣ ବିଷୟରେ ବିସ୍ୃତ ବିବରଣୀ ଜାଣିବା ବ୍ୟବସ୍ଥା ଏଥିରେ େହାଇଛି।

ସମ୍ବନ୍ଧିତ ଖବର